ଇସ୍ରାଏଲ୍‌-ପାଲେଷ୍ଟାଇନ୍‌ ବିବାଦର ଇତିହାସ

ଇସ୍ରାଏଲ୍‌ ଏବଂ ପାଲେଷ୍ଟାଇନ୍‌ ମଧ୍ୟରେ ବିବାଦ ବହୁ ପୁରୁଣା। ଉନ୍ନବିଂଶ ଶତାବ୍ଦୀର ଶେଷ ଭାଗରେ ଯେତେବେଳେ ଜିଓନିଷ୍ଟମାନେ ଓଟ୍ଟୋମାନ୍‌ ନିୟନ୍ତ୍ରଣରେ ଥିବା ପାଲେଷ୍ଟାଇନ୍‌ରେ ଇହୁଦୀମାନଙ୍କ ପାଇଁ ନିଜସ୍ବ ରାଷ୍ଟ୍ର ପ୍ରତିଷ୍ଠା କରିବାକୁ ଚାହିଁଲେ ସେବେଠାରୁ ବିବାଦର ସୂତ୍ରପାତ ହୋଇଥିଲା। ୧୯୧୭ରେ ବ୍ରିଟିଶ ସରକାର ବାଲ୍‌ପୋର ଡିକ୍ଲାରେଶନ ଜାରି କରିଥିଲେ, ଯାହା ପାଲେଷ୍ଟାଇନରେ ଇହୁଦୀ ହୋମ୍‌ଲ୍ୟାଣ୍ଡ ଚିନ୍ତାଧାରାକୁ ଜନ୍ମ ଦେଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବଂ ଧ୍ୱଂସଲୀଳା ପରେ ପାଲେଷ୍ଟାଇନରେ ଇହୁଦୀ ରାଷ୍ଟ୍ର ପ୍ରତିଷ୍ଠା ଲାଗି ଅନ୍ତର୍ଜାତୀୟ ସ୍ତରରେ ଚାପ ଜୋର୍‌ଦାର ହୋଇଥିଲା, ଯେଉଁଥିରୁ ୧୯୪୮ରେ ଇସ୍ରାଏଲ୍‌ର ସୃଷ୍ଟି। ଇସ୍ରାଏଲ୍‌ ପ୍ରତିଷ୍ଠା ହେବା ସହ ଯୁଦ୍ଧ ଯୋଗୁ ଲକ୍ଷ ଲକ୍ଷ ପାଲେଷ୍ଟାଇନ୍‌ ବିସ୍ଥାପିତ ହୋଇ ଶରଣାର୍ଥୀ ହେଲେ। ଏହାକୁ ନେଇ ବହୁ ଦଶନ୍ଧି ଧରି ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌ ମଧ୍ୟରେ ବିବାଦ ଲାଗି ରହିଛି। ପାଲେଷ୍ଟାଇନ୍‌ର ଅନୂ୍ୟନ କିଛି ଅଂଶରେ ପାଲେଷ୍ଟିନୀୟମାନେ ସେମାନଙ୍କର ନିଜସ୍ବ ସ୍ବାଧୀନ ରାଷ୍ଟ୍ର ସ୍ଥାପନ ଚାହାନ୍ତି। ଇସ୍ରାଏଲ୍‌ ନିଜର ସୀମାକୁ ସୁରକ୍ଷିତ ରଖିବା ସହ ଓ୍ବେଷ୍ଟବ୍ୟାଙ୍କକୁ ଅକ୍ତିଆର କରିଥିବାବେଳେ ଇଜିପ୍ଟିଆନ୍‌ ଇସ୍ରାଏଲୀ ଗାଜା ଷ୍ଟ୍ରିପ୍‌କୁ ଅବରୋଧ କରି ରଖିଛନ୍ତି।

ଶାନ୍ତି ବୁଝାମଣା ଲାଗି ବିଗତ ବର୍ଷମାନଙ୍କରେ ଅନେକ ଉଦ୍ୟମ ହୋଇଛି। ତେବେ ଶାନ୍ତି ରାଜିନାମା ତିଷ୍ଠିପାରି ନାହିଁ। ବିବାଦକୁ ନେଇ ଅନେକ ସମୟରେ ହିଂସାତ୍ମକ ସଂଘର୍ଷ ଘଟିଛି। ପାଲେଷ୍ଟିନୀୟ ବିଦ୍ରୋହୀ ଆକ୍ରମଣ କରିଥିବାବେଳେ ଇସ୍ରାଏଲ୍‌ ପକ୍ଷରୁ ସାମରିକ ଅଭିଯାନ କରାଯାଇଛି। ଆମେରିକା ଓ ଅନ୍ୟ କେତେକ ଦେଶ ଶାନ୍ତି ଫେରାଇ ଆଣିବା ପାଇଁ ଉଦ୍ୟମ କରିଥିବାବେଳେ ଓ୍ବେଷ୍ଟବ୍ୟାଙ୍କରେ ଇସ୍ରାଏଲୀୟଙ୍କ ଆଧିପତ୍ୟ, ଜେରୁଜେଲମ୍‌ର ବୈଧାନିକ ସ୍ଥିତି ଏବଂ ପାଲେଷ୍ଟାଇନ୍‌ ଶରଣାର୍ଥୀ ଆଦି ଅନେକ ପ୍ରତିବନ୍ଧକ ଯୋଗୁ ତାହା ସଫଳ ହୋଇପାରି ନାହିଁ।

Share