Categories: ଜାତୀୟ

ସାର୍ବଜନୀନ ହେବ ଯୁଦ୍ଧ ଇତିହାସ

ନୂଆଦିଲ୍ଲୀ, ୧୩।୬(ପି.ଟି.): ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ଯୁଦ୍ଧ ଇତିହାସର ସଂଗ୍ରହ, ଗୁପ୍ତ ସୂଚୀରୁ ହଟାଇବା ଓ ସଂକଳନ ନୀତିକୁ ଅନୁମୋଦନ କରିଛନ୍ତି। ଫଳରେ ଦେଶର ଯୁଦ୍ଧ ଇତିହାସ ସମ୍ପର୍କରେ ଜନସାଧାରଣ ଠିକ୍‌ ତଥ୍ୟ ପାଇବା ସହ ଶୈକ୍ଷିକ ଗବେଷଣା ପାଇଁ ପ୍ରାମାଣିକ ତଥ୍ୟ ମିଳିପାରିବ ଏବଂ ଭିତ୍ତିହୀନ ଗୁଜବକୁ ମୁକାବିଲା କରାଯାଇପାରିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ନିଷ୍ପତ୍ତି ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ଥଳସେନା, ବାୟୁସେନା, ନୌସେନା, ଆସାମ ରାଇଫଲ୍ସ, ଭାରତୀୟ ତଟରକ୍ଷା ବାହିନୀ ଏବଂ ଇଣ୍ଟିଗ୍ରେଟେଡ୍‌ ଡିେଓନ୍ସ ଷ୍ଟାଫ୍‌ ଯୁଦ୍ଧ ଡାଇରି, ଅଭିଯାନ ସମ୍ପର୍କିତ ସମସ୍ତ ରେକର୍ଡ ମନ୍ତ୍ରଣାଳୟର ଇତିହାସ ବିଭାଗକୁ ହସ୍ତାନ୍ତର କରିବେ। ଉକ୍ତ ବିଭାଗ ଏହାର ସଂରକ୍ଷଣ କରିବା ସହ ଇତିହାସ ଲେଖିବ।

Share