ମାନବ ସଭ୍ୟତାର କ୍ରମବିକାଶ କାହାଣୀ ବର୍ଣ୍ଣନା କରିବା କ୍ଷେତ୍ରରେ ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଐତିହ୍ୟର ଗୁରୁତ୍ୱ ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଏପ୍ରିଲ ୧୮କୁ ବିଶ୍ୱଐତିହ୍ୟ ଦିବସ ଭାବେ ପାଳନ କରାଯାଇଥାଏ। ଅନ୍ତର୍ଜାତୀୟ ପରିଷଦ ସ୍ମାରକୀ ଏବଂ ସାଇଟ (ଆଇକମୋସ) ପକ୍ଷରୁ ବିଶ୍ୱର ସାଂସ୍କୃତିକ ଐତିହ୍ୟ ଏବଂ ବିଶ୍ୱର ସ୍ମାରକୀ ସ୍ଥଳର ବିକାଶକୁ ପ୍ରୋତ୍ସାହିତ କରିଥାଏ। ଏହି ଦିବସ ପାଳନ ଅବସରରେ ବିଶ୍ୱ ଐତିହ୍ୟ ସ୍ଥଳଗୁଡ଼ିକର ବିବିଧତା ଏବଂ ସେଗୁଡ଼ିକର ସୁରକ୍ଷା ତଥା ସଂରକ୍ଷଣ ପାଇଁ ଅତ୍ୟାବଶ୍ୟକ ପ୍ରୟାସ ବିଷୟରେ ସଚେତନତା ସୃଷ୍ଟି କରାଯାଥାଏ। ୧୯୮୨ରେ ଆଇକମୋସ ପରାମର୍ଶ ଦେଇଥିଲା ଯେ, ଏପ୍ରିଲ ୧୮କୁ ଐତିହ୍ୟ ଦିବସ ଭାବେ ପାଳନ କରାଯିବ। ୧୯୮୩ରେ ୟୁନେସ୍କୋ ଏହାର ୨୨ତମ ସାଧାରଣ ସମ୍ମିଳନୀରେ ଏହି ଦିବସ ପାଳନକୁ ଅନୁମୋଦନ କରିଥିଲା। ସେବେଠାରୁ ପ୍ରତିବର୍ଷ ଏହା ପାଳିତ ହୋଇ ଆସୁଛି। ୟୁନେସ୍କୋ ସହଭାଗିତାରେ ଆଇକମୋସ୍ ଦ୍ୱାରା ମାନବ ସଭ୍ୟତାର ଯାତ୍ରା ଏବଂ ଇତିହାସ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥାଏ। ଭାରତରେ ପ୍ରାୟ ୩୬୯୧ ସଂରକ୍ଷିତ ଐତିହ୍ୟ ସ୍ମାରକୀ ରହିଛି। ସେଥିମଧ୍ୟରୁ ପ୍ରାୟ ୫୦ଟି ଐତିହ୍ୟସ୍ଥଳୀ ୟୁନେସ୍କୋ ଅଧୀନରେ ବିଶ୍ୱ ଐତିହ୍ୟ ତାଲିକାଭୁକ୍ତ। ସେସବୁ ଐତିହ୍ୟ ସ୍ଥଳ ମଧ୍ୟରେ ତାଜମହଲ, ହାମ୍ପି, ଅଜନ୍ତା ଏବଂ ଏଲୋରା ଗୁମ୍ଫା, ସୂର୍ଯ୍ୟ ମନ୍ଦିର, ସାଞ୍ଚତ୍ସ୍ତୂପ, ରାଣ କି ଭାଭ, ରାଜସ୍ଥାନର ହିଲ ଫୋର୍ଟସ ଆଦି ଅନ୍ତର୍ଭୁକ୍ତ। ପ୍ରାକୃତିକ ଐତିହ୍ୟ ସ୍ଥଳଗୁଡ଼ିକରେ ପଶ୍ଚିମ ଘାଟ, ଗ୍ରେଟ ହିମାଳୟ ଜାତୀୟ ଉଦ୍ୟାନ, କାଜିରଙ୍ଗା ୱାଇଲ୍ଡ ଲାଇଫ ଅଭୟାରଣ୍ୟ, ସୁନ୍ଦରବନ ଜାତୀୟ ଉଦ୍ୟାନ, ନନ୍ଦା ଦେବୀ ଏବଂ ଭ୍ୟାଲି ଫୁଲ ଜାତୀୟ ଉଦ୍ୟାନ ଅନ୍ତର୍ଭୁକ୍ତ। ସର୍ବାଧିକ ସଂଖ୍ୟକ ଐତିହ୍ୟ ସଂରକ୍ଷିତ ସ୍ଥାନ ଉତ୍ତରପ୍ରଦେଶରେ ରହିଛି। ଏହାର ସଂଖ୍ୟା ୭୪୫। ସେହିପରି କର୍ନାଟକରେ ୫୦୬ଟି ସଂରକ୍ଷିତ ଐତିହ୍ୟ ରହିଛି।