Categories: ଖେଳ

ଇତିହାସ ରଚିଲେ ଯଶସ୍ବୀ ଜୟଶଓ୍ବାଲ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ବର୍ତ୍ତମାନର ଟେଷ୍ଟ ସିରିଜରେ ଭାରତୀୟ କ୍ରିକେଟ ଦଳ ବିଜୟୀ ହୋଇଛି। ଭାରତର ଏହି ସଫଳତାରେ ଯଶସ୍ବୀ ଜୟସୱାଲ ସବୁଠାରୁ ବଡ ଭୂମିକା ଗ୍ରହଣ କରିଛନ୍ତି। ସେ ମଧ୍ୟ ଡବଲ ଶତକ ହାସଲ କରିଛନ୍ତି। ବର୍ତ୍ତମାନ ଯଶସ୍ବୀ ପଞ୍ଚମ ଟେଷ୍ଟରେ ୨୯ରନ ସ୍କୋର କରି ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ବର୍ତ୍ତମାନ ଟେଷ୍ଟ କ୍ରିକେଟରେ ୧୦୦୦ରନ ସ୍କୋର କରିବାରେ ଦ୍ରୁତତମ ଭାରତୀୟ ଖେଳାଳି ହୋଇପାରିଛନ୍ତି। ୧୦୦୦ ରନ ପୂରଣ କରିବା ପାଇଁ ଯଶାସ୍ବୀଙ୍କୁ ୯ ଟି ମ୍ୟାଚ ଆବଶ୍ୟକ ଥିଲା ।

ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟରେ ୨୯ ରନ ସ୍କୋର କରି ଯଶସ୍ବୀ ଜୟସୱାଲ ଟେଷ୍ଟ କ୍ରିକେଟରେ ନିଜର ୧୦୦୦ରନ ପୂରଣ କରିଛନ୍ତି। ଏହା ବ୍ୟତୀତ ସେ ବର୍ତ୍ତମାନର ଆଇସିସି ଟେଷ୍ଟ ଚାମ୍ପିଅନସିପ ୨୦୨୩-୨୦୨୫ ଚକ୍ରରେ ୧୦୦୦ରନ ସ୍କୋର କରିଥିବା ପ୍ରଥମ ଖେଳାଳି ହୋଇପାରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଜଶସ୍ବୀ ୯ ଟି ମ୍ୟାଚରେ ୧୦୦୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି। ଟେଷ୍ଟ କ୍ରିକେଟରେ ୧୦୦୦ ରନ ସ୍କୋର କରିବାରେ ଦ୍ରୁତତମ ଭାରତୀୟ ଖେଳାଳି ଭାବେ ଯଶସ୍ବୀ ଜୟସୱାଲ ପ୍ରଥମ ହୋଇଛନ୍ତି।
ଏହାପୂର୍ବରୁ ଏହି ରେକର୍ଡ ଚେତେଶ୍ୱର ପୂଜାରାଙ୍କ ନାମରେ ଥିଲା। ଯିଏ ୧୧ ଟି ମ୍ୟାଚରେ ୧୦୦୦ ରନ ପୂରଣ କରିଥିଲେ। ବିନୋଦ କାମ୍ବଲିଙ୍କ ପାଇଁ ୧୦୦୦ ରନ ପୂରଣ କରିବାକୁ ୧୨ଟି ମ୍ୟାଚ ଲାଗିଥିଲା। ଏଥିସହିତ ମୟଙ୍କ ଅଗ୍ରୱାଲଙ୍କୁ ୧୨ ଟି ମ୍ୟାଚ ଏବଂ ସୁନୀଲ ଗାଭାସ୍କରଙ୍କୁ ୧୦୦୦ ରନ ପୂରଣ କରିବାକୁ ୧୧ ଟି ମ୍ୟାଚ ଆବଶ୍ୟକ ଥିଲା। ଏହିପରି ଯଶସ୍ବୀ ଜୟସୱାଲ ଭାରତ ପାଇଁ ଇତିହାସ ସୃଷ୍ଟି କରିଛନ୍ତି। ସେ ଖୁବ କମ ବୟସରେ ଏହି ସଫଳତା ହାସଲ କରିଛନ୍ତି।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ସେ ଏପର୍ଯ୍ୟନ୍ତ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଛନ୍ତି। ହାଇଦ୍ରାବାଦ ଟେଷ୍ଟର ପ୍ରଥମ ଇନିଂସରେ ଶତକ ହାସଲ କରିବାରେ ବଞ୍ଚିତ ଏହି ଯୁବ ବ୍ୟାଟ୍ସମ୍ୟାନ ବିଶାଖାପାଟନମରେ ପ୍ରଥମ ଇନିଂସରେ ଦ୍ୱିଶତକ ହାସଲ କରିଥିଲେ ଏବଂ ପରେ ରାଜକୋଟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଦ୍ୱିଶତକ ହାସଲ କରିଥିଲେ। ଏହି ପରି ଭାବରେ ଇଂଲଣ୍ଡ ବିପକ୍ଷରେ ଲଗାତାର ଦୁଇଟି ଟେଷ୍ଟ ମ୍ୟାଚରେ ସେ ପ୍ରଥମ ଭାରତୀୟ ହୋଇଥିଲେ।

Share