କାର୍‌ ମାଡ଼ିଯାଇ ଶ୍ରମିକ ମୃତ, ଚାଳକ ଫେରାର

ଭୁବନେଶ୍ୱର,୧।୧୦(ସତ୍ୟଜିତ୍‌ ରାଉତ)ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ଘଟଣା ସାମ୍ନାକୁ ଆସିଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଜମହଲ ଫୁଟ୍‌ପାଥ୍‌ରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରେ କାର୍‌ ମାଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ପୁରୀ ଜିଲା ପିପିଲି ଅଞ୍ଚଳର ଦିନବନ୍ଧୁ ବରାଳ (୫୦)। ସବୁଠୁ ବଡ଼ କଥା ହେଲା ପୋଲିସକୁ ଚ୍ୟାଲେଞ୍ଜ୍‌ ଦେଇ ଚାଳକ ଜଣଙ୍କ ଦୁର୍ଘଟଣାଗ୍ରସ୍ତ କାର୍‌କୁ ନେଇ ଘଟଣାସ୍ଥଳରୁ ଚମ୍ପଟ୍‌ ମାରିଥିଲେ। ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ବାଙ୍କୁଆଳ ନଦୀ ବନ୍ଧ କଡ଼ରେ ସେ କାର୍‌ ଛାଡ଼ି ପଳାଇଯିବା ପରେ ପୋଲିସ ଲାଲ୍‌ ରଙ୍ଗର କାର୍‌ (ଓଡି୦୫ଏଏକ୍ସ୍‌୨୫୮୫)କୁ ଜବତ କରି ଥାନାକୁ ଆଣିିଛି। କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇ ସାମ୍ନା ପାର୍ଶ୍ୱ ଭାଙ୍ଗିଯିବା ସହ ଚେପା ହୋଇଯାଇଛି। ଏହି ସଂକ୍ରାନ୍ତରେ କ୍ୟାପିଟାଲ ଥାନା ପୋଲିସ ଆଇପିସି ଦଫା ୨୭୯, ୩୦୪ (କ)ରେ ଏକ ମାମଲା (ନଂ.୫୮୨/୨୦୨୩) ରୁଜୁ କରି ତଦନ୍ତ ଜାରି ରଖିଛି।

ଦୁର୍ଘଟଣା ଘଟାଇଥିବା କାର୍‌ କଟକ ଆର୍‌ଟିଓରେ ପଞ୍ଜୀକୃତ ହୋଇଥିବାବେଳେ ଏହାର ମାଲିକ ପୁରୀ ଜିଲା କାକଟରପୁର ଅଞ୍ଚଳର ବିକାଶ ପାଲ୍‌ ବୋଲି ପୋଲିସ ଜାଣିବାକୁ ପାଇଛି। ବିକାଶ ତାଙ୍କ ପରିବାର ସହ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ୍‌ରେ ରହୁଛନ୍ତି। ପୋଲିସ ତାଙ୍କ ପରିବାର ସହ ଯୋଗାଯୋଗ କରିବାରୁ ବିକାଶ ଶୁକ୍ରବାର ରାତିଠୁ କାର୍‌ ନେଇ କୁଆଡ଼େ ଯାଇଥିବାବେଳେ ଘରକୁ ଫେରି ନ ଥିବା କହିଛନ୍ତି। ପରିବାର ଲୋକଙ୍କ ଏଭଳି ବୟାନ ପରେ ବିକାଶ ହିଁ ଏହି ଦୁର୍ଘଟଣା ଘଟାଇପାରିଥାନ୍ତି ବୋଲି ପୋଲିସ ସନ୍ଦେହ କରୁଛି। ତାଙ୍କୁ ଠାବ କରିବାକୁ ପୋଲିସ ଟିମ୍‌ ପ୍ରୟାସ ଜାରି ରଖିଛିି। ଏପଟେ କ୍ୟାପିଟାଲ ହସ୍ପିଟାଲରେ ମୃତ ଶ୍ରମିକ ଦିନବନ୍ଧୁଙ୍କ ବ୍ୟବଚ୍ଛେଦ ହୋଇଛି। ତେବେ ରାଜଧାନୀରେ କମିଶନରେଟ୍‌ ପୋଲିସର କଡ଼ା ପାଟ୍ରୋଲିଂ ଓ ସିସିଟିଭି ସ୍କାନର୍‌ରୁ କାର୍‌ ଚାଳକ ଖସିଯିବା ଘଟଣାକୁ ନେଇ ଚାରିଆଡ଼େ ପ୍ରଶ୍ନ ଉଠିଛି। କାର୍‌ ଚାଳକଙ୍କୁ ଧରିବାକୁ ପ୍ରୟାସ କରାଯାଉଥିବା ଜୋନ୍‌ ଏସିପି ମାନସ ଗଡ଼ନାୟକ କହିଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ମୃତ ଦିନବନ୍ଧୁ ଏଠାରେ ଦିନମଜୁରିଆ ଭାବେ କାମ କରୁଥିବାବେଳେ ମଝିରେ ମଝିରେ ଘରକୁ ଚାଲିଯାଆନ୍ତି। ଯେଉଁଦିନ ସେ ଘରକୁ ଯାଇପାରନ୍ତି ନାହିଁ ରାଜମହଲ ଛକ ଫୁଟ୍‌ପାଥ୍‌ରେ ଶୋଇ ରାତି କାଟି ଦିଅନ୍ତି। ରାତି ୧ଟାଏରୁ ୧.୪୦ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ଫୁଟପାଥ୍‌ରେ କେତେଜଣ ଶ୍ରମିକ ଆଶ୍ରୟ ନେଇ ଶୋଇଥିବା ବେଳେ ଏଜିଛକରୁ କାର୍‌ଟି ଦ୍ରୁତଗତିରେ ମାଡ଼ି ଆସିଥିଲା। କାର୍‌ଟି ପ୍ରଥମେ ରାଜମହଲ ଛକ ଡାହାଣ ପାର୍ଶ୍ୱ ଡିଭାଇଡର୍‌ରେ ପିଟିହୋଇ ଅପରପାର୍ଶ୍ୱକୁ ଚାଲିଯାଇଥିଲା। ସେହି ସମୟରେ କାର୍‌ଟି ଦିନବନ୍ଧୁଙ୍କୁ ଘୋଷାଡ଼ି ନେଇଥିଲା। ଦୁର୍ଘଟଣା ବେଳେ ଅନ୍ୟମାନେ ଚିତ୍କାର କରୁଥିବାବେଳେ କାର୍‌ ଚାଳକ ଜଣକ ପୁଣି ଏଜି ଛକକୁ ବୁଲିଯାଇ କ୍ୟାପିଟାଲ ହସ୍ପିଟାଲ ଛକ ହୋଇ ପଳାଇଯାଇଥିଲେ। ପୋଲିସ ଖବର ପାଇ ଦିନବନ୍ଧୁଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପଟେ ଦୟାନଦୀ ନଦୀ ବାଙ୍କୁଆଳ ନଦୀ ବନ୍ଧ କଡ଼ରେ ଦୁର୍ଘଟଣାଗ୍ରସ୍ତ କାର୍‌ଟି ଛିଡ଼ା ହୋଇଥିବା ଖବର ପାଇ ଧଉଳି ପୋଲିସ ତାହାକୁ ଜବତ କରି ଥାନାକୁ ନେଇ ଖବର ଦେଇଥିଲା। ଶନିବାର ସକାଳେ ଦୁର୍ଘଟଣାସ୍ଥଳରେ ଡିଭାଇଡର୍‌ ଭାଙ୍ଗିଯାଇଥିବା ବେଳେ ସେଠାରେ ରକ୍ତ ଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା। ଏପରିକି ଦିନବନ୍ଧୁଙ୍କ ସାଇତା ଚାଉଳ ମଧ୍ୟ ବିଛୁଡ଼ି ହୋଇ ପଡ଼ି ରହିଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର: ୭ ରୋଡ୍‌ ରୋମିଓ ଗିରଫ

ଭୁବନେଶ୍ୱର,୨୧।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତି ମଧ୍ୟ ସରଗରମ ରହିଛି। ଘଟଣାର ବିଭିନ୍ନ ଭିଡିଓ ଭାଇରାଲ ହେବା ପରେ...

ଭରତପୁର ଘଟଣା: ନିଲମ୍ବନ ହଟାଇବାକୁ …

ଭୁବନେଶ୍ୱର,୨୧।୯: ଓଡ଼ିଶା ପୋଲିସ ସଂଘର ସଂଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ଶନିବାର ପ୍ରେସମିଟ୍‌ କରିଛନ୍ତି। ଆର୍ମି ମେଜର ଓ ବାନ୍ଧବୀଙ୍କ ପ୍ରତି ହୋଇଥିବା ଘଟଣା...

ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ କଲା କଂଗ୍ରେସ

ଭୁବନେଶ୍ୱର,୨୧।୯: ଭରତପୁର ଥାନା କାଣ୍ଡ ପ୍ରତିବାଦରେ ଶନିବାର କଂଗ୍ରେସ ଅଣ୍ଡା ଟମାଟୋ ମାଡ଼ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଯିବା ବେଳେ ଅଣ୍ଡା ଟମାଟୋ...

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

ଥାନାକୁ ଆସିବା ପୂର୍ବରୁ ମେଜର-ବାନ୍ଧବୀଙ୍କ ଭିଡିଓ ଭାଇରାଲ, କିଛି ରୋଡ୍‌ ରୋମିଓ…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାକୁ ଜଣେ ମେଜର ଏବଂ ତାଙ୍କ ବାନ୍ଧବୀ ଏତଲା ଦେବାକୁ ଆସି ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦିନକୁ...

ଆମେରିକାରେ ଅଚ୍ୟୁତ ସାମନ୍ତଙ୍କ ନାମରେ ଖୋଲିବ ଗବେଷଣା କେନ୍ଦ୍ର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଆମେରିକାର ସରକାରୀ ବିଶ୍ୱବିଦ୍ୟାଳୟ ସିଟି ୟୁନିଭର୍ସିଟି ଅଫ୍‌ ନ୍ୟୁୟର୍କ(କ୍ୟୁନି)ରେ ଶିକ୍ଷାବିତ୍‌, ସାମାଜିକ କର୍ମୀ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନାମରେ...

‘ଶାରଳା ପୁରସ୍କାର’ ଘୋଷଣା: ଚଳିତବର୍ଷ ଏହି ମହିଳାଙ୍କୁ ମିଳିବ ପୁରସ୍କାର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଚଳିତବର୍ଷ ବିଶିଷ୍ଟ ଲେଖିକା ସରୋଜିନୀ ସାହୁ ପାଇବେ ୪୫ତମ ‘ଶାରଳା ପୁରସ୍କାର’। ୨୦୧୯ରେ ସୃଜନ ଇଣ୍ଡିଆ ଦ୍ୱାରା ପ୍ରକାଶିତ ତାଙ୍କ ଉପନ୍ୟାସ ‘ଅସ୍ଥିର ପାଦ’...

ଭରତପୁର ଥାନା ଭିତର ଭିଡିଓ ଭାଇରାଲ, ସେଦିନ ରାତିରେ ଘଟିଥିଲା ଏପରି…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାରେ ସେଦିନ ରାତିରେ ଘଟିଥିବା ଘଟଣାର କିଛି ଦୃଶ୍ୟ ଏବେ ଭାଇରାଲ ହେଉଛି। ପୋଲିସ ଓ ମେଜରଙ୍କ ବାନ୍ଧବୀଙ୍କ ମଧ୍ୟରେ ଚାଲିଥିବା କଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri