Categories: ଜାତୀୟ

ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: ଅଭିଯୁକ୍ତ ପୁଅ ଫେରାର, ବାପାଙ୍କୁ ଜାମିନ୍‌

ମୁମ଼୍ବାଇ, ୦୮।୦୭: ମୁମ଼୍ବାଇ ବିଏମ୍‌ଡବ୍ଲୁ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲାରେ ଅଭିଯୁକ୍ତ ରାଜେଶ ଶାହାଙ୍କୁ ଜାମିନ୍‌ ମିଳିଛି । ସୋମବାର ମାମଲାର ଶୁଣାଣି କରି ସ୍ଥାନୀୟ କୋର୍ଟ ଶିବସେନା ଶିନ୍ଦେ ଗୋଷ୍ଠୀର ଏହି ନେତାଙ୍କ ଜାମିନ୍‌ ମଞ୍ଜୁର କରିଛନ୍ତି । ଏହି ରିପୋର୍ଟ ମୁତାବିକ ଅଦାଲତ ୧୫ ହଜାର ଟଙ୍କା ଅମାନତ ରାଶି ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜେଶ ଶାହା ମୁଖ୍ୟ ଅଭିଯୁକ୍ତ ମିହିର ଶାହଙ୍କ ବାପା । ୨୪ ବର୍ଷୀୟ ମିହିର ରବିବାର ଦ୍ରୁତ ଗତିରେ ବିଏମ୍‌ଡବ୍ଲୁ କାର ଚଳାଇ ଏକ ସ୍କୁଟିକୁ ଧକ୍କା ଦେଇଥିଲେ । ଫଳରେ ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା ।

ଅନ୍ୟପଟେ ଆଜି ମୁମ଼୍ବାଇ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲାରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ପ୍ରତିକ୍ରିୟା ରଖିଛନ୍ତି । ସେ ଏହି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ ଅଛି, ସେ ପର୍ଯ୍ୟନ୍ତ ଅପରାଧୀ ଖସିଯାଇ ପାରିବେ ନାହିଁ । ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ଲୋକ ବ୍ୟବସ୍ଥାରେ ହେରଫେର କରିବା ପାଇଁ ନିଜ ପ୍ରତିଷ୍ଠାର ଦୂରୁପଯୋଗ କରୁଛନ୍ତି ବୋଲି ସେ କହିଛନ୍ତି । ସାଧାରଣ ଲୋକଙ୍କ ଜୀବନ ତାଙ୍କ ପାଇଁ ମୂଲ୍ୟବାନ କହିବା ସହିତ ସେ ଏହି ମାମଲାକୁ ଗମ୍ଭୀରତାର ସହ ନେବାକୁ ରାଜ୍ୟ ପୋଲିସ ବିଭାଗକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

Share