Categories: ଜାତୀୟ

ପୁଣି ଆଉ ଗୋଟିଏ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା, ଦୁଇ ଯୁବକଙ୍କ ମୃତ୍ୟୁ

ମୁମ଼୍ବାଇ, ୧୩।୦୭: ମହାରାଷ୍ଟ୍ରରେ ପୁଣି ଆଉ ଏକ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା ସାମ୍ନାକୁ ଆସିଛି । ସମ୍ଭାଜୀ ନଗର-ଜାଲନା ହାଇୱେ ଉପରେ ଶୁକ୍ରବାର ଦ୍ରୁତଗତିରେ ଆସୁଥିବା ଏକ ୪ ଚକିଆ ଯାନ ବାଇକ୍‌କୁ ଧକ୍କା ଦେବାରୁ ଏଥିରେ ଯାଉଥିବା ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ଘଟାଇ ଗାଡ଼ିଟି ଫେରାର ହୋଇଯାଇଛି ।

ମିଳିଥିବା ସୂଚନା ଅନୁସାରେ ଏହି ଦୁଇ ଯୁବକ ଏକ ବାଇକ୍‌ ଯୋଗେ ବାରୁଡ଼ି ଗାଁରୁ ବାଦନାପୁର ଆଡ଼କୁ ଯାଉଥିଲେ । ଏହି ସମୟରେ ଦୁହିଁକୁ ଏକ ଦ୍ରୁତଗତିରେ ଆସୁଥିବା ଯାନ ସାଇଡ୍‌ ମାରିଥିଲା । ସେମାନେ ବାଇକ୍‌ରୁ ଛିଟ୍‌କି ପଡ଼ିଥିଲେ । ଏହାପରେ ଗାଡ଼ିଟି ଦୁହିଁଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଦୁହେଁ ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ପଡ଼ିରହିଥିଲେ । ସ୍ଥାନୀୟ ପୋଲିସ ଖବର ପାଇ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିବା ବେଳେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ ।

Share