Categories: ଜାତୀୟ

ହିଟ୍‌-ଆଣ୍ଡ-ରନ୍‌ ମାମଲା: ଦୋଷ ମାନିଲେ ମିହିର

ମୁମ୍ବାଇ,୧୧ା୭: ମୁମ୍ବାଇ ବିଏମ୍‌ଡବ୍ଲ୍ୟୁ ହିଟ୍‌-ଆଣ୍ଡ-ରନ୍‌ ମାମଲାର ମୁଖ୍ୟ ଅଭିଯୁକ୍ତ ମିହିର ଶାହା ପୋଲିସ ଆଗରେ ଦୋଷ ସ୍ବୀକାର କରିଛନ୍ତି। ଦୁର୍ଘଟଣା ବେଳେ ସେ କାର୍‌ ଚଳାଉଥିଲେ ବୋଲି କହିଛନ୍ତି। ପୋଲିସ ମିହିର ଏବଂ କାର୍‌ର ଡ୍ରାଇଭର ରାଜର୍ଷି ବିଦାଓ୍ବରଙ୍କୁ ମୁହାଁମୁହିଁ ଜେରା କରିଥିଲା। ଉଭୟ ଅପରାଧରେ ସେମାନଙ୍କ ଭୂମିକା ସମ୍ପର୍କରେ ପୋଲିସକୁ କହିବା ସହ ଓ୍ବର୍ଲିଂର ସିଜେ ହାଉସ୍‌ଠାରୁ ଶି’ ଲିଙ୍କ୍‌ ପର୍ଯ୍ୟନ୍ତ ଅପରାଧ ଦୃଶ୍ୟ ରିକ୍ରିଏଶନ କରିଥିଲେ। ଗତ ରବିବାର ଭୋର ସମୟରେ ମିହିର ନିଶାଗ୍ରସ୍ତ ଅବସ୍ଥାରେ ବିଏମ୍‌ଡବ୍ଲ୍ୟୁ ଚଳାଉଥିବା ବେଳେ ପାଖରେ ଡ୍ରାଇଭର ରାଜର୍ଷି ଉପସ୍ଥିତ ଥିଲେ। ବିଏମ୍‌ଡବ୍ଲ୍ୟୁ ଏକ ମତ୍ସ୍ୟଜୀବୀ ଦମ୍ପତିଙ୍କ ସ୍କୁଟିକୁ ଧକ୍କା ଦେଇ ମହିଳାଙ୍କୁ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ୩ ଦିନ ପରେ ମିହିରଙ୍କୁ ପୋଲିସ ଗିରଫ କରିବା ପରେ ୧୬ ତାରିଖ ପର୍ଯ୍ୟନ୍ତ ହାଜତକୁ ନେଇ ପଚରାଉଚରା କରୁଛି। ଦୁର୍ଘଟଣା ପରେ ମିହିର ଫେରାର ହୋଇଯାଇଥିଲେ ଓ ପୋଲିସ ଆଖିରୁ ବର୍ତ୍ତିବା ପାଇଁ ଦାଢ଼ି ଓ ଚୁଟି କାଟି ଦେଇଥିଲେ।

 

Share