ରାସ୍ତାକଡ଼ରେ ଛିଡ଼ା ହୋଇଥିଲେ ଯୁବକ, ପଛରୁ ଆସି ପିଟିଦେଲା ଟ୍ରକ୍‌

କେସିଙ୍ଗା,୧୬ା୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଜଗନ୍ନାଥ ମନ୍ଦିର ଛକ ଟ୍ରାଫିକ୍‌ ପୋଷ୍ଟ ପାଖରେ ଏକ ଦୁର୍ଘଟଣା ଘଟି ଜଣେ ୩୫ ବର୍ଷ ଯୁବକଙ୍କ ଜୀବନ ଚାଲିଯାଇଛି।
ସୂଚନା ଅନୁଯାୟୀ, କେସିଙ୍ଗା ଜଗନ୍ନାଥ ମନ୍ଦିର ଛକ ଟ୍ରାଫିକ୍‌ ପୋଷ୍ଟ ପାଖରେ ଶନିବାର ବଲାଙ୍ଗୀର ପଟୁ ଆସୁଥିବା ଏକ ଟ୍ରକ୍‌ ନଂ (ଓଆର୍‌ ୧୯ ଏନ୍‌ ୪୭୦୩) ଗାଡ଼ି ରାସ୍ତାକଡ଼ରେ ଛିଡ଼ା ହୋଇ ଥିବା ଗୌନ୍ତିଆପଡ଼ାର ମୁକେଶ ଷଣ୍ଢ (୩୫)ଙ୍କୁ ଧକ୍କା ଦେଇ ଚାଲିଗଲା ଫଳରେ ମୁକେଶ ଛିଟିକି ଯାଇ ମୁଖ୍ୟ ରାସ୍ତା ଉପରେ କଚାଡ଼ି ହୋଇ ପଡ଼ିଯାଇଥିଲେ। ରାସ୍ତା ଉପରେ ହିଁ ମୁକେଶଙ୍କ ପ୍ରାଣ ବାୟୁ ଚାଲିଯାଇଥିଲା ସ୍ଥାନୀୟ ଲୋକମାନେ ଖବର ଦେବାରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଆମ୍ବୁଲାନ୍ସ ଆସି ମୁକେଶର ମୃତଦେହ ମେଡିକାଲକୁ ନେଇ ଯାଇଥିଲା କିଛି ସମୟ ପରେ ପରିବାରବର୍ଗ ଓ ପଡ଼ାବାସୀ ମେଡିକାଲରୁ ମୁକେଶର ମୃତଦେହ ନେଇ ଗୌନ୍ତିଆପଡ଼ା ଛକ ମୁଖ୍ୟ ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ପାଇଁ ରାସ୍ତାରୋକୋ କରିଥିଲେ। ପରେ ଆଇଆସିସି ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଓ ତହସିଲଦାର ପ୍ରଶାନ୍ତି ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ପରିବାର ବର୍ଗ ଓ ପଡ଼ାବାସୀଙ୍କୁ ଦୀର୍ଘ ୪ ଘଣ୍ଟା ବୁଝାଶୁଝା କରିବା ପରେ ରେଡ୍‌କ୍ରସ୍‌ରୁ ସହାୟତା ଓ ଅନ୍ୟାନ୍ୟ ସହାୟତାର ସହମତି ମିଳିବା ପରେ ସନ୍ଧ୍ୟା ୭ ଘଣ୍ଟା ସମୟରେ ରାସ୍ତାରୋକୋ ହଟିଥିଲା। ମୁକେଶ ଜଣେ ବିବାହିତ ଯୁବକ ତାଙ୍କର ଝିଅ ପୁଅ ଦୁଇଜଣ ଥବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପହଲଗାମ ପରେ ଟାର୍ଗେଟ୍‌ରେ ଉରି: ୨ ଆତଙ୍କବଦୀ ନିପାତ

ଶ୍ରୀନଗର,୨୩।୪:ଜମ୍ମୁ କଶ୍ମୀରର ପହଲଗାମ ପରେ ଉରି ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲା। କିନ୍ତୁ ସେନା ଆତଙ୍କବାଦୀଙ୍କ ଉଦ୍ୟମକୁ ପଣ୍ଡ କରିଦେଇଛି। ବୁଧବାର ସେନା ଅନୁପ୍ରବେଶ କରିବାକୁ ଚେଷ୍ଟା...

ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟଙ୍କ ବରଗଡ଼ ଜିଲା ଗସ୍ତ

ବରଗଡ଼,୨୩।୪(ପ୍ରେମାନନ୍ଦ ଖମାରୀ) : ଓଡିଶା ଖାଦ୍ୟ ଆୟୋଗ ସଦସ୍ୟ ଦୟାନିଧି ଦାଶ ଏବଂ ଅକ୍ଷୟ କୁମାର ବେହେରା ତିନି ଦିନିଆ ବରଗଡ଼ ଜିଲା ଗସ୍ତରେ ଆସିଛନ୍ତି।...

ପ୍ରତିଶୋଧ ନେବ ଭାରତ: ଭୟରେ ଥରହର ପାକିସ୍ତାନ ବାୟୁସେନାକୁ କଲା ସତର୍କ

ନୂଆଦିଲ୍ଲୀ,୨୩।୪: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ପାକିସ୍ତାନ ତାର ବାୟୁସେନାକୁ ହାଇ ଆଲର୍ଟରେ ରଖିଛି। ପାକିସ୍ତାନୀ ବାୟୁସେନାର ଗୋଇନ୍ଦା ବିମାନ ଭାରତୀୟ ସୀମା ସଂଲଗ୍ନ ଅଞ୍ଚଳର...

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ନାବାଳକଙ୍କ ସମେତ ୩ ଅଟକ

ସୁନ୍ଦରଗଡ଼,୨୩ା୪(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ଆଦିବାସୀ ନାବାଳିକା(୧୫)ଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ...

ପହଲଗାମରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଲା: ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ,୨୩।୪: ପହଲଗାମରେ ଆତଙ୍କବାଦୀ ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କ ମଧ୍ୟରୁ ଜଣଙ୍କର ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ଆତଙ୍କବାଦୀ ହାତରେ ଏକ ଅସ୍ତ୍ର ଏବଂ ପଠାନୀ...

Jammu Kashmir Terror Attack: ପହଲଗାମ୍‌ ଆକ୍ରମଣ ପରେ ଆସିଲା ପାକିସ୍ତାନର ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲା

ଇସଲାମାବାଦ୍‌,୨୩।୪: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଉପରେ ପଡ଼ୋଶୀ ଦେଶ ପାକିସ୍ତାନର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଆମର ଏହି ଆକ୍ରମଣ ସହିତ କୌଣସି ସମ୍ପର୍କ...

ପୋଖରୀରୁ ବୃଦ୍ଧାଙ୍କ ଗଳିତ ମୃତଦେହ ଜବତ, ହତ୍ୟା ସନ୍ଦେହ

ନୂଆପଡ଼ା/କୋମନା,୨୩ା୪ (ମକାରୁ ବେମାଲ/ସୋବିନ ଛତ୍ରିଆ): ନୂଆପଡ଼ା ଜିଲା କୋମନା ଥାନା ଟିକ୍ରାପଡ଼ା ଗାଁ ବଡ଼ବନ୍ଧ ପୋଖରୀରୁ ମଙ୍ଗଳବାର ପୋଲିସ ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ଜବତ...

ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ମାଷ୍ଟରମାଇଣ୍ଡ କିଏ ଜାଣନ୍ତି? ମହଙ୍ଗା କାର, ଆଧୁନିକ ଅସ୍ତ୍ରଶସ୍ତ୍ର ପ୍ରତି ରଖନ୍ତି ରୁଚି

ଶ୍ରୀନଗର,୨୩।୪: ଜମ୍ମୁ-କାଶ୍ମୀର ମାଟିରେ ପୁଣି ଥରେ ଆତଙ୍କବାଦ ମାଡ଼ି ଆସିଛି। ପହଲଗାମ୍‌ର ବୈସାରନ ଘାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଛନ୍ତି। ରିପୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image