Categories: ଜାତୀୟ

‘ପ୍ରଥମ ଦୁଇ ପର୍ଯ୍ୟାୟରେ ଶତକ କରିଛୁ’

ଲକ୍ଷ୍ନୌ,୨୦।୨: “ଆମେ ପ୍ରଥମ ଦୁଇ ପର୍ଯ୍ୟାୟ ମତଦାନରେ ଶତକ ହାସଲ କରିଛୁ। ପରବର୍ତ୍ତୀ ଦୁଇ ପର୍ଯ୍ୟାୟରେ ମଧ୍ୟ ସମାଜବାଦୀ ପାର୍ଟି ନେତୃତ୍ୱାଧୀନ ମେଣ୍ଟ ଅନ୍ୟଠାରୁ ଆଗରେ ରହିବ”। ଉତ୍ତରପ୍ରଦେଶରେ ରବିବାର ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଏଭଳି କହିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ତୃତୀୟ ପର୍ଯ୍ୟାୟରେ ୧୬ ଜିଲାର ୫୯ ଆସନରେ ମତଦାନ ଚାଲିଛି। ଏହି ଅଞ୍ଚଳରୁ ୨୦୧୭ରେ ସପା କେବଳ ୯ଟି ଆସନ ଜିତିଥିବା ବେଳେ ୪୯ ଆସନରେ ବିଜୟୀ ହୋଇଥିଲେ ଭାଜପା ପ୍ରାର୍ଥୀ।

“ବେରୋଜଗାରୀଙ୍କ ସଂଖ୍ୟା ବୁନ୍ଦେଲଖଣ୍ଡରେ ସର୍ବାଧିକ। ଲକ୍‌ଡାଉନ ବେଳେ ଫେରିଥିବା ଶ୍ରମିକ ପ୍ରାୟତଃ ଏଠାରେ ରୁହନ୍ତି। ଚାଷୀମାନଙ୍କ ରୋଜଗାର ମଧ୍ୟ ବୃଦ୍ଧି ପାଇ ନାହିଁ। ଶାସକ ଭାଜପା ବୁନ୍ଦେଲଖଣ୍ଡର ବିକାଶକୁ ରୋକି ଦେବା ସହ ଲୋକଙ୍କ ରୋଜଗାର ଛଡ଼ାଇ ନେଇଛନ୍ତି” ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ରବିବାର ଜାସଓ୍ବନ୍ତନଗରରେ ମତଦାନ ବେଳେ ଏହା କହିଛନ୍ତି।

Share