ଡାକ୍ତରଙ୍କୁ ମାଡ଼

ପଦ୍ମପୁର,୩୦ା୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ଡାକ୍ତର ଅମରେନ୍ଦ୍ର ଜେନାଙ୍କୁ ବୁଧବାର ବିଳମ୍ବିତ ରାତିରେ ଜନୈକ ମହିଳା ରୋଗୀଙ୍କ ସମ୍ପର୍କୀୟ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ମହିଳା ଜଣକ ରୋଗୀଙ୍କୁ ଡାକ୍ତର ଚିକିତ୍ସାରେ ଅବହେଳା ସହ ଅଶାଳୀନ ବ୍ୟବହାର କରିଥିବାର ପାଲଟା ଅଭିଯୋଗ ବାସୁଦେବପୁର ଥାନାରେ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।

Share