ହାଣ୍ଡିଶାଳକୁ ମାଡ଼

ସିଂହପୁର,୧ା୭(ଅନଙ୍ଗ ଉଦୟ ବେଉରିଆ): ପରିବା ଦର୍‌ ହଠାତ ଆକାଶଛୁଆଁ ଯୋଗୁ ଖାଉଟିଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ବଜାରର ସାପ୍ତାହିକ ହାଟରେ ଶନିବାର ବାଇଗଣ କିଲୋ ୬୦, ଟମାଟୋ ୧୦୦0, ଝୁଡ଼ଙ୍ଗ ୧୦୦, ଭେଣ୍ଡି ୬୦, ପୋଟଳ ୬୦ ସମେତ ଅନ୍ୟାନ୍ୟ ପରିବା ଦରମ ମଧ୍ୟ ଆକାଶଛୁଆଁ। ଅଦା ୨୫୦, ରସୁଣ ୧୦୦କୁ ଛୁଇଁଛି। ରୋଷେଇ ସାମଗ୍ରୀର ହଠାତ୍‌ ଦର ବୃଦ୍ଧି ହାଣ୍ଡିଶାଳ ଚିନ୍ତା ବଢ଼ିଛି। ଲୋକେ ହାଟରୁ ପରିବା ନେବାକୁ ଡରୁଛନ୍ତି। ୫୦୦ ଟଙ୍କାର ପରିବା ବ୍ୟାଗ୍‌ ପୂରୁ ନ ଥିବା ଦେଖାଯାଉଛି। ଏଭଳି ଦର ବୃଦ୍ଧି ଗରିବ, ଖଟିଖିଆ ଓ ମଧ୍ୟବିତ୍ତଙ୍କ ଉପରେ ସିଧା ପ୍ରଭାବ ପକାଇଛି। ପରିବା ଦର ବୃଦ୍ଧି ରୋକିବା ସହିତ ଦର ନିର୍ଦ୍ଧାରଣ କରିବାକୁ ସରକାରଙ୍କ ଠାରେ ଖାଉଟି ଦାବି କରିଛନ୍ତି।