ଗୃହମନ୍ତ୍ରୀଙ୍କ ଉପରକୁ ଜୋତା ମାଡ଼

ଇସଲାମାବାଦ୍‌,୧୧।୧: ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନାଉଲ୍ଲଙ୍କ ଉପରକୁ ଜୋତା ମାଡ଼ କରାଯାଇଛି। ସେ ପଞ୍ଜାବ ବିଧାନସଭା ସଭାର ବୈଠକ ଶେଷ ପରେ ନିଜ କାର ପାଖକୁ ଯାଉଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ତେବେ କାରର ଝରକା ଯୋଗୁ ସେ କୌଣସି ଆଘାତ ପାଇନାହାଁନ୍ତି। କିଏ ଏହି ଆକ୍ରମଣ କରିଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।
ସୂଚନାଯୋଗ୍ୟ, ପାକିସ୍ତାନରେ ଜଣେ ନେତାଙ୍କ ଉପରେ ଆକ୍ରମଣ ହେବା ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଅନେକ ନେତାଙ୍କୁ ଜୋତା ଏବଂ କାଳି ମାଡ଼ କରାଯାଇଥିଲା। ୨୦୨୩ ବର୍ଷର ପ୍ରଥମ ଦିନରେ ଜଣେ ବ୍ୟକ୍ତି ଜୋତା ସାହାଯ୍ୟରେ ପାକିସ୍ତାନର ରାଜ୍ୟପାଳ କାମ୍ରାନ ଟେସ୍‌ରୀଙ୍କୁ ଆକ୍ରମଣ କରିଥିଲେ। ୨୦୧୮ ମାର୍ଚ୍ଚ ୧୧ରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଲାହୋରରେ ଜୋତା ମାଡ଼ କରାଯାଇଥିଲା।

Share