Categories: ଜାତୀୟ

ଉବର ବୁକ୍‌ କରିବାରେ ସହାୟତା କରିବାକୁ କହି ଦମ୍ପତିଙ୍କୁ ମାଡ଼

ନୂଆଦିଲ୍ଲୀ,୩।୧୨: ଦକ୍ଷିଣପୂର୍ବ ଦିଲ୍ଲୀର ସନ୍‌ଲାଇଟ କଲୋନି ଅଞ୍ଚଳରେ ମଣିପୁରର ଏକ ଜଣେ ବ୍ୟକ୍ତି, ତାଙ୍କ ସ୍ତ୍ରୀ ଓ ଭଉଣୀଙ୍କୁ କେତେଜଣ ଲୋକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସେମାନେ ଗୁରୁବାର ରାତିରେ ଜଣେ ବନ୍ଧୁ ଘରକୁ ଯାଉଥିବାବେଳେ ୩ ଜଣ ଅପରିଚିତ ବ୍ୟକ୍ତି ଆସି ସେମାନଙ୍କ ପାଇଁ ଏକ ଉବର ବୁକ୍‌ କରିବାରେ ସହାୟତା କରିବାକୁ କହିଥିଲେ। ଉବରକୁ ଅପେକ୍ଷା କରିଥିବାବେଳେ ଜଣେ ଅଭିଯୁକ୍ତ ମଣିପୁରୀ ବ୍ୟକ୍ତିଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏହା ପରେ ସେମାନେ ମିଶିଯାଇ ମଣିପୁରୀ ବ୍ୟକ୍ତି ଓ ତାଙ୍କ ସାଙ୍ଗରେ ଥିବା ସ୍ତ୍ରୀ ଓ ଭଉଣୀଙ୍କୁ ମାଡ଼ ମାରିଥିଲେ। ଅନ୍ୟମାନେ ଆସି ମଧ୍ୟରେ ଏହି ଆକ୍ରମଣରେ ସାମିଲ ହୋଇଥିଲେ ବୋଲି ପୋଲିସ କହିଛି।

Share