ଆଜିଠୁ ହିଟ୍‌ ଓ୍ବେଭ୍‌

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ରାଜ୍ୟରେ ପୁଣି ତାପମାତ୍ରା ବଢ଼ି ଚାଲିଛି। ରବିବାର ୧୪ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା। ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ସଞ୍ଜୀବ ଦ୍ୱିବେଦୀଙ୍କ ସୂଚନାରେ, ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ କରାଯାଇଛି। ବଲାଙ୍ଗୀରରେ ତାପମାତ୍ରା ୪୨.୨ ଡିଗ୍ରୀ ରହିଥିବାବେଳେ ଟିଟିଲାଗଡ଼ ୪୨ ଡିଗ୍ରୀ, ସୁନ୍ଦରଗଡ଼ ୪୧.୮ ଡିଗ୍ରୀ, ତାଳଚେର ୪୧.୬ ଡିଗ୍ରୀ, ସୋନପୁର ୪୧.୪ ଡିଗ୍ରୀ, ସମ୍ବଲପୁର ୪୧.୩ ଡିଗ୍ରୀ, ଅନୁଗୋଳ ଓ ହୀରାକୁଦ ୪୧.୧ ଡିଗ୍ରୀ, ଭବାନୀପାଟଣା, ରାଉରକେଲା ଓ ମାଲକାନଗିରିରେ ୪୧ଡିଗ୍ରୀ, ବୌଦ୍ଧ ୪୦.୮ ଡିଗ୍ରୀ ଓ ବରଗଡ଼ରେ ୪୦.୨ ଡିଗ୍ରୀ ରହିଥିଲା। ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ରାଜ୍ୟରେ ହିଟ୍‌ ୱେଭ୍‌ ଅନୁଭୂତ ହେବ। ତେଣୁ ସୋମବାର ହିଟ୍‌ୱେଭ ନେଇ ଝାରସୁଗୁଡ଼ା, ସୋନପୁର, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲାକୁ ୟେଲୋ ୱାର୍ନିଂ ଦିଆଯାଇଛି। ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ରାଉରକେଲା, ଅନୁଗୋଳ, ବୌଦ୍ଧ, ଟିଟିଲାଗଡ଼, ବଲାଙ୍ଗୀର ଓ ସୋନପୁର ଜିଲାରେ ଦିନ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ ବୋଲି ସତର୍କ ସୂଚନା ଦିଆଯାଇଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ହେବ। ଦିନର ତାପମାତ୍ରାରେ ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇ ସର୍ବାଧିକ ୪୫ ଡିଗ୍ରୀ ଛୁଇଁପାରେ। ଦିନ ୧୧ରୁ ୩ଟା ଯାଏ ଘରେ ରହିବାକୁ କୁହାଯାଇଛି।

Share