Categories: ବାଣିଜ୍ୟ

ଆସିଲା ୟୁପିଆଇ ଏଟିଏମ୍‌: ଏଣିକି ବିନା କାର୍ଡରେ ବି ବାହାର କରିପାରିବେ ଟଙ୍କା

ନୂଆଦିଲ୍ଲୀ,୬।୯: ନ୍ୟାଶନାଲ ପେମେଣ୍ଟସ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ହିତାଚି ପେମେଣ୍ଟ ସର୍ଭିସେସ୍‌ ସହ ପ୍ରଥମ ହ୍ବାଇଟ୍‌ ଲେଭଲ ୟୁପିଆଇ ଏଟିଏମ୍‌ ବଜାରକୁ ଆଣିଛି। ଏହି ଏଟିଏମ୍‌ରୁ କାର୍ଡ ନ ଥାଇ ବି ଟଙ୍କା ବାହାର କରିବାର ସୁବିଧା ମିଳିବ। ଏଥିସହ ଏଟିଏମ୍‌ରୁ କେହି ବି କାର୍ଡ ସ୍କିମିଂ କରିପାରିବେ ନାହିଁ। ଏହାଦ୍ୱାରା ଠକେଇର ସମ୍ଭାବନା ରହିବ ନାହିଁ।

କମ୍ପାନୀ କହିଛି ଯେ ଗ୍ରାହକମାନେ ୟୁପିଆଇ ଆପ୍‌ ବ୍ୟବହାର କରି ଏକାଧିକ ଆକାଉଣ୍ଟରୁ ଟଙ୍କା ଉଠାଇପାରିବେ। ଦୁର୍ଗମ ଅଞ୍ଚଳରେ ମଧ ଶୀଘ୍ର ନଗଦ ଟଙ୍କା ସୁବିଧା ଯୋଗାଇବା ଲାଗି ଏହାର ପରିକଳ୍ପନା କରାଯାଇଛି। ଏହି ଅଭିନବ ପ୍ରୟାସ ଦ୍ୱାରା ବ୍ୟାଙ୍କିଂ ସେବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଷ୍ଟୋନ ହାସଲ କରିହେବ।

Share