ବିବାହର ମାତ୍ର ୧୧ ମାସ ପରେ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିଲେ ଏହି ଅଭିନେତା, ପଡ଼ିଥିଲେ ଗୌରୀଙ୍କ ପ୍ରେମରେ

ବମ୍ବେ: ବଡ଼ ପରଦା ହେଉ ଅଥବା ଛୋଟ ପରଦାର ଅନେକ କଳାକାର ଏଭଳି ଅଛନ୍ତି ଯେଉଁମାନେ ବିବାହ ପରେ ପ୍ରେମରେ ପଡ଼ିଛନ୍ତି। କଥା ଛାଡ଼ପତ୍ର, ତା ପରେ ପୁଣି ବିବାହ ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ ଏବେ ସେମାନେ ଖୁସିରେ ବୈବାହିକ ଜୀବନ ଅତିବାହିତ କରୁଛନ୍ତି। ସେଭଳି ଜଣେ ହେଲେ ଅଭିନେତା ହିତେନ ତେଜଓ୍ବାନୀ। ନିକଟରେ ତାଙ୍କୁ ଓ୍ବେବ୍‌ସିରିଜ୍‌ ‘ତାଣ୍ଡବ’ରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଏକ ଚ୍ୟାନେଲର ସମ୍ପାଦକ ଭୂମିକାରେ ନଜର ଆସିଥିଲେ। ସଫଳ ଅଭିନେତା ଭାବେ ନାମ କମାଇଥିବା ହିତେନଙ୍କ ବ୍ୟକ୍ତିଗତ ଜୀବନ କୌଣସି ସିନେମାଠାରୁ କମ୍‌ ନୁହେଁ।

ହିତେନ ଦୁଇଟି ବିବାହ କରିଛନ୍ତି। ତାଙ୍କର ପ୍ରଥମ ବିବାହ ମାତ୍ର ଏଗାର ମାସ ଚାଲିପାରିଥିଲା। ପରେ ସେ ହଠାତ୍‌ ଗୌରୀ ପ୍ରଧାନଙ୍କ ପ୍ରେମରେ ପଡ଼ିଯାଇଥିଲେ। ୨୦୦୪ରେ ସେମାନେ ବିବାହ କରିନେଇଥିଲେ। ଉଭୟଙ୍କ ଜାଆଁଳା ସନ୍ତାନ ନେବାନ-କାତ୍ୟା ଅଛନ୍ତି।

ଧାରାବାହିକ କୁଟୁମ୍ବର ସେଟ୍‌ରେ ଗୌରୀଙ୍କୁ ଭେଟିଥିଲେ ହିତେନ। ଉଭୟଙ୍କ ଯୋଡ଼ି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଧିରେ ଧିରେ ସେମାନେ ଅନେକ ଧାରାବାହିକରେ କାମ କରିବା ସହ ପରସ୍ପରର ନିକଟତର ହୋଇଥିଲେ। ଏହା ପରେ ଦୁଇ ବର୍ଷ ପର୍ଯ୍ୟନ୍ତ ସେମାନେ ଲିଭ ଇନ୍‌ରେ ରହିବା ପରେ ବିବାହ କରିଥିଲେ।

Share