ପ୍ରୟାଗରାଜ, ୨୬।୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମାଘମେଳାରେ ହିଟଲର ଏବଂ ଟ୍ରମ୍ ବାବା ପହଞ୍ଚିଛନ୍ତି। ସେମାନଙ୍କୁ ନେଇ ମେଳାରେ ଚର୍ଚ୍ଚା ଆରମ୍ଭ ହୋଇଛି। ମହନ୍ତ ମାଧବଦାସଙ୍କୁ ଗୁରୁଙ୍କଠାରୁ ହିଟଲର ନାମ ମିଳିଛି। ତାଙ୍କର ପ୍ରକୃତ ନାମ ଅଜୟ କୁମାର ତ୍ରିପାଠି ଥିଲା। ସ୍ବାମୀ ରଘୁବର ଦାସ ମହାରାଜଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ପିଲାଦିନୁ ଘରଛାଡ଼ି ଦେଇଥିଲେ। ସେହିପରି ମଧ୍ୟପ୍ରଦେଶ ରଓ୍ବୋର ସାକେତ ଆଶ୍ରମରେ ୩୫ ବର୍ଷ ବୟସ୍କ କାଞ୍ଚନ ଶର୍ମା ଦୀକ୍ଷା ଗ୍ରହଣ ପରେ ଗୁରୁ ତାଙ୍କୁ ଟ୍ରମ୍ପ୍ ନାମରେ ନାମିତ କରାଯାଇଥିଲା। ଟ୍ରମ୍ପ୍ ଭଣ୍ଡାର ଘର ଦେଖାଶୁଣା କରିଥାନ୍ତି।