Categories: ଖେଳ

ସ୍ବତନ୍ତ୍ର ଉପଲବ୍ଧି ହାସଲ କଲେ ହିଟ୍‌ମ୍ୟାନ୍‌

ଅହମ୍ମଦାବାଦ,୧୫।୧୦: ଦିନିକିଆ କ୍ରିକେଟରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ୩୦୦ ଛକା ପୂରଣ କରିଛନ୍ତି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ପାକିସ୍ତାନ ବିପକ୍ଷ ବିଶ୍ୱକପ ମ୍ୟାଚରେ ହିଟମ୍ୟାନ ଏହି ବିଶେଷ ସଫଳତା ହାସଲ କରିଛନ୍ତି। ଦିନିକିଆ କ୍ରିକେଟରେ ୩୦୦ ରୁ ଅଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ୍‌ ତାଲିକାର ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ୱେଷ୍ଟଇଣ୍ଡିଜ କିମ୍ବଦନ୍ତୀ କ୍ରିସ ଗେଲ ଦିନିକିଆରେ ୩୩୧ ଛକା ମାରିଛନ୍ତି ଏବଂ ପାକିସ୍ତାନର ପୂର୍ବତନ ବ୍ୟାଟ୍ସମ୍ୟାନ ଶହିଦ ଆଫ୍ରିଦି ଦିନିକିଆରେ ୩୫୧ ଛକା ମାରିଛନ୍ତି।
ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ରୋହିତ ଶର୍ମା ୮୩ ବଲରେ ୮୬ ରନର ଚମତ୍କାର ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ ୬ଟି ଚୌକା ଓ ୬ ଛକା ମାରିଥିଲେ।

Share