Categories: ଖେଳ

ସାଥୀ କ୍ରିକେଟର୍‌ଙ୍କ ଭଉଣୀଙ୍କୁ ମନ ଦେଇ ବସିଥିଲେ ହିଟ୍‌ମ୍ୟାନ୍‌

ଭାରତୀୟ କ୍ରିକେଟ ଦଳର ‘ହିଟ୍‌ମ୍ୟାନ୍‌’ ରୋହିତ ଶର୍ମା ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ମୁମ୍ବାଇର ଏହି ବିସ୍ଫୋରକ ବ୍ୟାଟମ୍ୟାନ୍‌ ଅନେକ ରେକର୍ଡ ହାସଲ କରିଚନ୍ତି। ବିଶ୍ୱର ଏକମାତ୍ର କ୍ରିକେଟର୍‌ ଭାବେ ଏକଦିବସୀୟ କ୍ରିକେଟରେ ୩ଥର ଦ୍ୱିଶତକ ଅର୍ଜନ କରିଛନ୍ତି। କେବଳ ଏତିକି ନୁହେଁ ଏକଦିବସୀୟ କ୍ରିକେଟର୍‌ ଏକ ମ୍ୟାଚ୍‌ରେ ୨୬୪ ରନ୍‌ କରି ବିଶ୍ୱ ରେକର୍ଡ ମଧ୍ୟ ହାସଲ କରିଛନ୍ତି। ରୋହିତ ଶର୍ମା ପିଲାବେଳୁ ଜଣେ ବୋଲର୍‌ ହେବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ କୋଚ ଦିନେଶ ଲାଡ ତାଙ୍କୁ ବ୍ୟାଟ୍ସମ୍ୟାନ୍‌ ହେବାକୁ ପରାମର୍ଶ ଦେଇଥିଲେ। ଏହାପରେ ତାଙ୍କ ଭାଗ୍ୟ ବଦଳି ଯାଇଥିଲା। କ୍ରିକେଟ ସହ ତାଙ୍କ ଲଭ୍‌ଷ୍ଟୋରୀ ମଧ୍ୟ ଚର୍ଚ୍ଚାରେ ଥିଲା। ସେ ତାଙ୍କ ସ୍ପୋଟର୍ଟସ ମ୍ୟାନେଜର ରିତିକା ସଜଦେହଙ୍କୁ ବିବାହ କରିଥିଲେ। ରିତିକା ଯୁବରାଜ ସିଂଙ୍କ ରାଖି ଭଉଣୀ ଥିଲେ। ୨୦୦୮ରେ ଏକ ବ୍ରାଣ୍ଡ ଶୁଟିଂ ସମୟରେ ଯୁବରାଜଙ୍କ ଜରିଆରେ ରୋହିତ ରିତିକାଙ୍କୁ ଭେଟିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ୬ ବର୍ଷ ପରସ୍ପରକୁ ଡେଟ୍‌ କରିବା ପରେ ରୋହିତ ନିଆରା ଅନ୍ଦାଜରେ ରିତିକାଙ୍କୁ ପ୍ରପୋଜ କରିଥିଲେ। ରୋହିତ ମୁମ୍ବାଇର ବୋରିଭଲି ସ୍ପୋଟର୍‌ସ କ୍ଲବରେ ଆଣ୍ଠୁ ମାଡି ପ୍ରପୋଜ କରିଥିଲେ। ଏହାକୁ ତୁରନ୍ତ ସ୍ବୀକାର କରିଥିଲେ ରିତିକା। ଏହା ରୋହିତଙ୍କ ପାଇଁ ବେଶ୍‌ ଖାସ୍‌ ଥିଲା। କାରଣ ବୋରିଭଲି ସ୍ପୋଟର୍‌ସ କ୍ଲବରେ ସେ ୧୧ ବର୍ଷ ବୟସରୁ କ୍ରିକେଟ୍‌ ଖେଳିବା ଆରମ୍ଭ କରିଥିଲେ।

Share