Categories: ଖେଳ

ଟି-୨୦ ବିଶ୍ୱକପରେ ସାମିଲ ହେବେ କି ହିଟ୍‌ମ୍ୟାନ୍‌? ଜୟ ଶାହାଙ୍କ କହିଲେ…

ନୂଆଦିଲ୍ଲୀ,୧୧।୧୨: ଆସନ୍ତା ବର୍ଷର ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଅଧିକ ସମୟ ବାକି ନାହିଁ। ଆଇପିଏଲ ୨୦୨୪ ପରେ ଠିକ ଏହି ଟୁର୍ନାମେଣ୍ଟ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ଦ୍ୱାରା ଆୟୋଜିତ ହେବ। ଟିମ ଇଣ୍ଡିଆ ଏହାର ପ୍ରସ୍ତୁତି ଆରମ୍ଭ କରିସାରିଛି। ଟି-୨୦ ବିଶ୍ୱକପରେ ଭାରତର ଟିମ୍‌ ଚୟନ କ’ଣ ହେବ ସେନେଇ ଆଲୋଚନା ଆରମ୍ଭ ହୋଇସାରିଛି। ସବୁଠୁ ବଡ ପ୍ରଶ୍ନ ହେଉଛି ରୋହିତ ଶର୍ମା ମଧ୍ୟ ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆର ଅଧିନାୟକ ହେବେ କି? ଏହି ପ୍ରଶ୍ନ ବାରମ୍ବାର ଆସୁଛି କାରଣ ଗତ ଟି-୨୦ ବିଶ୍ୱକପ ୨୦୨୨ ପରଠାରୁ ହିଟମ୍ୟାନ ଗୋଟିଏ ବି ଅନ୍ତର୍ଜାତୀୟ ଟି-୨୦ ଅନ୍ତର୍ଜାତୀୟ ଖେଳି ନାହାଁନ୍ତି।
ଦିନିକିଆ ବିଶ୍ୱକପ ୨୦୨୩ ଉପରେ ଧ୍ୟାନ ଦେଇଥିବାରୁ ରୋହିତ ଶର୍ମା ଟି-୨୦ ଫର୍ମାଟରୁ ଦୂରରେ ଥିଲେ ବୋଲି ବିଶ୍ୱାସ କରାଯାଉଥିଲା। କିନ୍ତୁ ବର୍ତ୍ତମାନ ବିଶ୍ୱକପ ଶେଷ ହୋଇଛି। ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଖେଳିବାକୁ ଯାଉଛି, ରୋହିତ ଶର୍ମା ମଧ୍ୟ ଏଥିରେ ନାହାଁନ୍ତି। ଏଭଳି ପରିସ୍ଥିତିରେ ଏବେ ହିଟମ୍ୟାନଙ୍କ ଅନ୍ତର୍ଜାତୀୟ ଟି-୨୦ କ୍ୟାରିୟରକୁ ନେଇ ପ୍ରଶ୍ନ ଉଠିଛି।
ବିସିସିଆଇ ସଚିବ ଜୟ ଶାହାଙ୍କୁ ରୋହିତ ଶର୍ମାଙ୍କ ସହ ଜଡିତ ପ୍ରଶ୍ନ ପଚରାଯିବାରୁ ସେ ଏହାର ଉତ୍ତର ଦେଇନାହାନ୍ତି। ମହିଳା ପ୍ରିମିୟର ଲିଗ ପାଇଁ ମୁମ୍ବାଇରେ ଅନୁଷ୍ଠିତ ନିଲାମ ସମୟରେ ଜୟ ଶାହା ରୋହିତ ଶର୍ମାଙ୍କ ସ୍ଥାନ ବିଷୟରେ ଏକ ପ୍ରଶ୍ନ ପଚରାଯାଇଥିଲା। ଏହା ଉପରେ ଜୟ ଶାହା କହିଛନ୍ତି, ବର୍ତ୍ତମାନ ଏହି ପ୍ରସଙ୍ଗରେ କହିବାର କିଛି ଆବଶ୍ୟକତା ନାହିଁ। ଏହା ଜୁନ ମାସରୁ ଆରମ୍ଭ ହେବ। ଏହାପୂର୍ବରୁ ଆମର ଆଇପିଏଲ ଅଛି, ଆଫଗାନିସ୍ତାନ ବିପକ୍ଷରେ ଆମର ଟି-୨୦ ସିରିଜ ମଧ୍ୟ ଅଛି।
ଜୟ ଶାହାଙ୍କ ଏହି ଉତ୍ତର ଯୋଗୁ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ, ରୋହିତ ଶର୍ମା ଟି-୨୦ ବିଶ୍ୱକପ୍‌ର ଅଂଶ ହୋଇ ନ ପାରନ୍ତି।

Share