Categories: ଖେଳ

ରୋହିତ ଶର୍ମାଙ୍କ ବଡ଼ ରେକର୍ଡ

ପର୍ଥ,୩୧।୧୦: ଭାରତୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ ଟି-୨୦ ବିଶ୍ୱକପରେ ଏକ ବଡ଼ ରେକର୍ଡ କରିଛନ୍ତି। ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପଡ଼ିଆକୁ ଓହ୍ଲାଇବା ମାତ୍ରେ ଟି-୨୦ ବିଶ୍ୱକପ୍‌ରେ ସର୍ବାଧିକ ମ୍ୟାଚ ଖେଳିଥିବା ଖେଳାଳି ହୋଇପାରିଛନ୍ତି। ଏହି ମ୍ୟାଚ ସମେତ ରୋହିତ ଏହି ଟୁର୍ନାମେଣ୍ଟରେ ୩୬ଟି ମ୍ୟାଚ ଖେଳିଛନ୍ତି। ଏହି ମାମଲାରେ ହିଟମ୍ୟାନ ଶ୍ରୀଲଙ୍କାର ତିଲକରତ୍ନେ ଦିଲଶାନଙ୍କୁ ପଛରେ ପକାଇଛନ୍ତି। ଦିଲଶନ ୩୫ଟି ମ୍ୟାଚ ଖେଳିଥିଲେ।
ଏହା ହେଉଛି ରୋହିତଙ୍କ ଅଷ୍ଟମ ଟି-୨୦ ବିଶ୍ୱକପ। ବାଂଲାଦେଶର ଶାକିବ ଅଲ ହାସନଙ୍କ ସହ ଏହି ଟୁର୍ନାମେଣ୍ଟରେ ସେ ସର୍ବାଧିକ ଥର ଅଂଶଗ୍ରହଣ କରିଥିବା ଖେଳାଳି। ଉଭୟ ଖେଳାଳି ଟୁର୍ନାମେଣ୍ଟର ପ୍ରଥମ ସଂସ୍କରଣ ଅର୍ଥାତ୍‌ ୨୦୦୭ ଠାରୁ ଟି-୨୦ ବିଶ୍ୱକପ ଖେଳୁଛନ୍ତି। ଏହି ଟୁର୍ନାମେଣ୍ଟରେ ସର୍ବାଧିକ ରନ ସ୍କୋରର ତାଲିକାରେ ରୋହିତ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ଅଛନ୍ତି।

Share