Categories: ଜାତୀୟ

ଅଭିଯୁକ୍ତଙ୍କ ପିଠିକୁ ଲାଠିରେ ପିଟିବା ନୁହେଁ ହାଜତ ନିର୍ଯାତନା: ହାଇକୋର୍ଟରେ କହିଲେ ପୋଲିସ ଅଧିକାରୀ…

ଭୋପାଳ,୧୨।୧୦ : ଗତ ବର୍ଷ ଗୁଜରାଟର ଖେଡା ଜିଲାର ଚାରିଜଣ ସଂଖ୍ୟାଲଘୁଙ୍କୁ ପିଟିପିଟି ହତ୍ୟା କରିବା ମାମଲାରେ ୪ ପୋଲିସ ଅଧିକାରୀ ହାଇକୋର୍ଟଙ୍କୁ କହିଛନ୍ତି ଅଭିଯୁକ୍ତଙ୍କ ପିଠିକୁ ଲାଠିରେ ପିଟିବା ହାଜତ ନିର୍ଯାତନା ଭାବେ ବିଚାର କରାଯିବା ଉଚିତ ନୁହେଁ। ଅଭିଯୁକ୍ତଙ୍କ ବରିଷ୍ଠ ପରାମର୍ଶଦାତା ପ୍ରକାଶ ଜାନି ଜଷ୍ଟିସ ଏସ ସୁପିୟା ଏବଂ ଜଷ୍ଟିସ ଗୀତା ଗୋପୀଙ୍କ ଏକ ବେଞ୍ଚ ଆଗରେ ଯୁକ୍ତି ବାଢ଼ିଥିଲେ ପୋଲିସ ୧୦ ରୁ ୧୫ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି। ଏପରି ପରିସ୍ଥିତିରେ, ଯଦି ସେମାନେ ଦୋଷୀ ସାବ୍ୟସ୍ତ ହୁଅନ୍ତି ଏବଂ ଦଣ୍ଡିତ ହୁଅନ୍ତି, ତେବେ ଏହା ସେମାନଙ୍କର କାର୍ଯ୍ୟ ରେକର୍ଡ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇବ ।

ଇନ୍ସପେକ୍ଟର ଏଭି ପାରମାର, ସବ-ଇନ୍ସପେକ୍ଟର ଡି.ବି କୁମାୱାତ, ହେଡ କନଷ୍ଟେବଳ କେ.ଏଲ ହାଭି ଏବଂ କନଷ୍ଟେବଳ ଆର.ଆର୍‌ ଡାଭିଙ୍କ ବିରୋଧରେ ଚାର୍ଜଶିଟ ପ୍ରସ୍ତୁତ କରାଯାଇଛି।

କୋର୍ଟ ଅଭିଯୋଗକୁ ଅବମାନନା କରୁଥିବା ପୋଲିସ ଇନ୍ସପେକ୍ଟର ଏ.ଭି ପାରମାର ଅକ୍ଟୋବର ୧୧ ରେ ଗୁଜୁରାଟ ହାଇକୋର୍ଟଙ୍କୁ କହିଛନ୍ତି ଲୋକଙ୍କୁ ପିଠିରେ ବାଡ଼ିରେ ପିଟିବା ଭୁଲ, କିନ୍ତୁ ଏହା ହାଜତ ନିର୍ଯାତନା ନୁହେଁ, ତେଣୁ ଅବମାନନା ଅଭିଯୋଗ ଦାଖଲ କରାଯିବା ଉଚିତ ନୁହେଁ।

ଏହି ପ୍ରମାଣପତ୍ର ଦାଖଲ କରିବା ସମୟରେ ପାରମାର କହିଛନ୍ତି ଲୋକଙ୍କୁ ବାଡିରେ ତିନିରୁ ଛଅ ଥର ପିଟିବା ଭୁଲ, କିନ୍ତୁ କୋର୍ଟର ଅବମାନନା ଅଭିଯୋଗରେ ସେମାନଙ୍କୁ ଦଣ୍ଡ ଦେବା ଭୁଲ। ଏହାକୁ ହାଜତ ନିର୍ଯାତନା ସହିତ ସମାନ କରାଯିବା ଉଚିତ ନୁହେଁ। ଏହି ସମୟରେ ଅନ୍ୟ ତିନିଜଣ ଅଧିକାରୀ ମଧ୍ୟ ସମାନ ଯୁକ୍ତି ଉପସ୍ଥାପନ କରିଥିଲେ।

Share