ପାକିସ୍ତାନରେ ଏବେ ଏଚ୍‌ଆଇଭି ଭୟ

ରାଟୋଡରୋ,୧୭।୫: ଦକ୍ଷିଣ ପାକିସ୍ତାନର ଏକ ଗାଁରେ ପାଖାପାଖି ୪ଶହ ଲୋକ ଏଚ୍‌ଆଇଭିର ଶିକାର ହୋଇଥିବା ଜଣାପଡିଛି। ଜଣେ ଡାକ୍ତରଙ୍କ ଅବହେଳା ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଉଛି। ତେବେ ଡାକ୍ତର ଜଣକ ଏକ ସଂକ୍ରମିତ ସିରିଞ୍ଜ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏବେ ପିଲାଠାରୁ ବୟସ୍କ ପ୍ରାୟ ସମସ୍ତେ ଭୟଙ୍କର ଏଚ୍‌ଆଇଭି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା କୁହାଯାଉଛି। ପିଲାମାନେ ଲାଇନ୍‌ରେ ରହି ରକ୍ତ ପରୀକ୍ଷା କରୁଥିବା ବେଳେ ଅଭିଭାବକମାନେ ଅପେକ୍ଷା ରଖିଛନ୍ତି କ’ଣ ଆସିବ ରିପୋର୍ଟ। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ଏଚ୍‌ଆଇଭିରେ ପ୍ରାୟ ୪ଶହ ଲୋକ ଆକ୍ରାନ୍ତ ହୋଇ ସାରିଲେଣି। ଏବେ ଏହି ଗାଁର ପ୍ରାୟ ସମସ୍ତ ଲୋକ ଏହି ମାହାମାରୀକୁ ଭୟ କରିଯାଇଥିବା କୁହନ୍ତି।

Share