Categories: ଜାତୀୟ

ସୁରକ୍ଷାକର୍ମୀଙ୍କ ଗୁଳିରେ ହିଜ୍‌ବୁଲ କମାଣ୍ଡର ନିହତ

ଶ୍ରନଗର, ୮ା୮: ଜାମ୍ମୁ କାଶ୍ମୀରର ପୁଞ୍ଜ ସେକ୍ଟରରେ ସୋମବାର ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ହିଜ୍‌ବୁଲ ମୁଜାହିଦ୍ଦିନ ସଂଗଠନର ଜଣେ କମାଣ୍ଡରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ପୁଞ୍ଚ୍‌ ଜିଲ୍ଲା ଅନ୍ତର୍ଗତ ବାଗଲାଦ୍ରାର ମୁନୀର ହୁସେନ। ସେ ୧୯୯୩ରେ ପିଓକେ ଯାଇ ଅସ୍ତ୍ରଚାଳନା ତାଲିମ ନେବା ସହ ୧୯୯୮ରେ ସେଠାରୁ ପ୍ରର୍ତ୍ତ୍ୟାବର୍ତ୍ତନ କରିଥିଲା। ହୁସେନ ଜାମ୍ମୁ କାଶ୍ମୀରରେ ବିଭିନ୍ନ ସମୟରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଏବଂ ହିଜ୍‌ବୁଲ ମୁଜାହଦ୍ଦିନ ସଂଗଠନ ପ୍ରତିଷ୍ଠାତା ସଇଦ ସାଲାଉଦିନର ମୁଖ୍ୟ ସହଯୋଗୀ ଥିଲେ। କିଛି ଦିନତଳେ ହିଜ୍‌ବୁଲ ଗ୍ରୁପର ଏକ ଉଚ୍ଚସ୍ତରୀୟ ବୈଠକ ଇସଲାମବାଦ ଠାରେ ଅନଷ୍ଠିତ ହୋଇଥିଲା। ଏଥିରେ ହୁସେନ ଯୋଗଦେଇଥିଲେ। ଜାମ୍ମୁ କାଶ୍ମୀରର ରଜୌରୀ ଓ ପୁଞ୍ଚ୍‌ ସେକ୍ଟରରେ ଆତଙ୍କବାଦ ଘଟଣା ଘଟାଇବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

Share