କଟକ,୧।୩: ଆସନ୍ତା ମାର୍ଚ୍ଚ ୭ତାରିଖରେ ଅଷ୍ଟମଶ୍ରେଣୀ ଛାତ୍ରୀଛାତ୍ରଙ୍କ ପ୍ରଥମ ଷାଣ୍ମାସିକ ଓଡ଼ିଆ ଭାଷା ପରୀକ୍ଷା (ଏଚ୍ଏଲ୍ଟି) ଏବଂ ଦଶମ ଶ୍ରେଣୀର ପ୍ରଥମ ଏକକ ବିଷୟ (ଏସ୍ଏସ୍) ପରୀକ୍ଷା ଅନୁଷ୍ଠିତ ହେବ। ୫୯୧ଜଣ ଏଚ୍ଏଲ୍ଟି ଏବଂ ୩୦୧୩ ଜଣ ପରୀକ୍ଷାର୍ଥୀ ଏକକ ବିଷୟରେ ପରୀକ୍ଷା ଦେବେ। ରାଜ୍ୟର ୨୧ଟି ପରୀକ୍ଷା କେନ୍ଦ୍ରରେ ଉକ୍ତ ଦୁଇଟି ପରୀକ୍ଷା କରାଯିବାକୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୂର୍ବାହ୍ନ ୮ଟାରୁ ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ଏସ୍ଏସ୍ ପରୀକ୍ଷା ହେବ। ସେହିପରି ପୂର୍ବାହ୍ନ ୮ଟାରୁ ୯ଟା ମଧ୍ୟରେ ଏଚ୍ଏଲ୍ଟିର ଲିଖିତ ପରୀକ୍ଷା ସରିବା ପରେ ୧୦ଟାରୁ ମୌଖିକ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ଦେବାକୁ ଥିବା ଛାତ୍ରୀଛାତ୍ରମାନେ ବୋର୍ଡ ୱେବ୍ସାଇଟ୍ (bseodisha.ac.in)ରୁ ଆଡ୍ମିଟ୍ କାର୍ଡ ପାଇପାରିବେ ବୋଲି ସୋମବାର ବୋର୍ଡ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।