ନୂଆଦିଲ୍ଲୀ,୨୪ ।୧୧: ଗୁଜରାଟ ବିଧାନସଭା ନିର୍ବାଚନରେ ୟୁନିଫର୍ମ ସିଭିଲ କୋର୍ଡ ପ୍ରସଙ୍ଗ ଯୋରସୋରରେ ଉଠିଛି । ଏହାରି ଭିତରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ସମାନ ନାଗରିକ ସଂହିତା ଆଣିବାକୁ ପ୍ରତିବଦ୍ଧ, ହେଲେ ଆଲୋଚନା ଓ ଚର୍ଚ୍ଚା ପରେ । ସେ କହିଛନ୍ତି ଜନସଂଘ ଦିନରୁ ହିଁ ଜନତାଙ୍କୁ ଭାଜପା ଏହି କଥା ଦେଇଛି ।
ସ୍ୱରାଷ୍ଟ୍ରମନ୍ତ୍ରି କହିଛନ୍ତି କେବଳ ଭାଜପା ନୁହେଁ, ସମ୍ବିଧାନ ସଭା ବି ସଂସଦ ଓ ରାଜ୍ୟକୁ ଉଚିତ ସମୟରେ ୟୁସିସି ଆଗତ ପାଇଁ ଉପଦେଶ ଦେଇଛି, କାରଣ ଯେ କୌଣସି ଧର୍ମ ନିରପେକ୍ଷ ଦେଶ ପାଇଁ ଆଇନ ଧର୍ମ ଆଧାରରେ ହେବା ଉଚିତ ନୁହେଁ । ଯଦି ଦେଶ ଓ ରାଜ୍ୟ ଧର୍ମନିରପେକ୍ଷ , ତେବେ ଆଇନ ଧର୍ମ ଉପରେ କେମିତି ଆଧାରି ହେବ । ପ୍ରତି ବ୍ୟକ୍ତି ପାଇଁ, ସଂସଦ ଅଥବା ରାଜ୍ୟ ବିଧାନସଭାରେ ଅନୁମୋଦିତ ଏକ ଆଇନ ହେବା ଦରକାର ।