ନୂଆଦିଲ୍ଲୀ,୨ା୨: ବଜେଟ୍ ସ୍ମାର୍ଟଫୋନ୍ ବର୍ଗରେ ନୋକିଆ ନିଜର ସ୍ଥାନ ହରାଇଛି। ଗତ ଆଠ ବର୍ଷ ଧରି ନୋକିଆ ଫୋନ୍ ତିଆରି କରୁଥିବା କମ୍ପାନୀ ଏଚଏମଡି ଗ୍ଲୋବାଲ ଗୁରୁବାର ଏକ ବଡ଼ ଘୋଷଣା କରିଛି। ଭବିଷ୍ୟତରେ ଏହା ଆଉ ନୋକିଆ ନାମ ବ୍ୟବହାର କରିବ ନାହିଁ ବୋଲି କମ୍ପାନୀ କହିଛି।
ଏଚଏମଡି ଏବେ ବ୍ଲାକ୍ବେରୀ ଏବଂ ପାମ ଭଳି ପ୍ରମୁଖ ବ୍ରାଣ୍ଡର ମୋବାଇଲ ପ୍ରସ୍ତୁତ କରିବ। ଏକଦା ଫୋନ୍ ସେଗମେଣ୍ଟରେ ଶୀର୍ଷରେ ରହିଥିଲା ନୋକିଆ। କିନ୍ତୁ ଆପଲ୍ ଏବଂ ଗୁଗଲ୍ ଭଳି କମ୍ପାନୀ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରି ନଥିଲା, ଯାହା ସେମାନଙ୍କର ଅକାଳ ବିୟୋଗରେ ପରିଣତ ହୋଇଛି।
ନୋକିଆ ସ୍ମାର୍ଟଫୋନ୍ ନିର୍ମାତା ଏଚଏମଡି ଗ୍ଲୋବାଲ୍ ଖୁବ୍ ଶୀଘ୍ର ଏଚଏମଡି ବ୍ରାଣ୍ଡେଡ୍ ନାମରେ ବିଭିନ୍ନ ପ୍ରକାରର ଉପକରଣ ବିକ୍ରି କରିବ। ଏଚଏମଡି ଗ୍ଲୋବାଲ୍ ବର୍ତ୍ତମାନ ସୋସିଆଲ ମିଡ଼ିଆ ଏକ୍ସରେ ବ୍ୟବହାରକାରୀ ନାମ ଏବଂ ୱେବସାଇଟ୍ ଠିକଣା ମଧ୍ୟ ପରିବର୍ତ୍ତନ କରିଛି। ବାର୍ସିଲୋନାରେ ମୋବାଇଲ୍ ୱାର୍ଲ୍ଡ କଂଗ୍ରେସ (ଏମଡବ୍ଲୁସି) 2024 ଇଭେଣ୍ଟ ସମୟରେ ପ୍ରଥମ ଏଚଏମଡି ବ୍ରାଣ୍ଡେଡ୍ ସ୍ମାର୍ଟଫୋନ୍ ଲଞ୍ଚ ହେବ ବୋଲି ଆଶା କରାଯାଉଛି। ନୋକିଆ / ଫୋନ୍ ୱେବସାଇଟ୍ ବର୍ତ୍ତମାନ HMD.com ରେ ପରିଣତ ହୋଇଛି। ସାମାଜିକ ଗଣମାଧ୍ୟମର ବର୍ତ୍ତମାନ @nokiamobile ପରିବର୍ତ୍ତେ @HMDglobal ରେ ପରିବର୍ତ୍ତିତ ହେଉଛି।