Categories: ବାଣିଜ୍ୟ

ଏଚ୍‌ଏମ୍‌ଆଇଏଫ୍‌ର ଟେଲି ମେଡିସିନ କ୍ଲିନିକ୍‌ ‘ସ୍ପର୍ଶ ସଞ୍ଜୀବନୀ’

ଭୁବନେଶ୍ୱର,୨୪।୫: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌(ଏଚ୍‌ଏମ୍‌ଆଇଏଲ୍‌)ର କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ଅନୁଷ୍ଠାନ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଫାଉଣ୍ଡେଶନ (ଏଚ୍‌ଏମ୍‌ଆଇଏଫ୍‌) ପକ୍ଷରୁ ଓଡ଼ିଶାର ଗଞ୍ଜାମ ଓ ନୟାଗଡ଼ ଜିଲାରେ ୫ଟି ଟେଲି ମେଡିସିନ କ୍ଲିନିକ୍‌ ‘ସ୍ପର୍ଶ ସଞ୍ଜୀବନୀ’ର ଶୁଭାରମ୍ଭ କରାଯାଇଛି।
ଏ ସମ୍ପର୍କରେ ଏଚ୍‌ଏମ୍‌ଆଇଏଲ୍‌ର କର୍ପୋରେଟ୍‌ ଆଫେୟାର୍ସ ଏଭିପି ଏବଂ ଭର୍ଟିକାଲ ହେଡ୍‌ ପୁନୀତ ଆନନ୍ଦ କହିଛନ୍ତି, ଗଞ୍ଜାମ ଜିଲାର ହୁମ୍ମା, ରମ୍ଭା, ପାଟପୁର ଏବଂ ନୟାଗଡ଼ ଜିଲାର ରାଜ ରଣପୁର ଓ ଗୋଡ଼ିପଡ଼ା ଗ୍ରାମରେ ଟେଲି ମେଡିସିନ କ୍ଲିନିକ୍‌ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ଷମ ହୋଇଛି। ଉକ୍ତ ଟେଲି ମେଡିସିନ କ୍ଲିନିକ୍‌ଗୁଡ଼ିକ ଏଚ୍‌ଏମ୍‌ଆଇଏଫ୍‌ର ସାମାଜିକ ପ୍ରସାରଣ ପଦକ୍ଷେପ ‘ସ୍ପର୍ଶ ସଞ୍ଜୀବନୀ’ର ଏକ ସମ୍ପ୍ରସାରିତ ରୂପ ହୋଇଥିବା ବେଳେ ଟେକ୍ନୋଲୋଜି ମାଧ୍ୟମରେ ଗ୍ରାମୀଣ ଭାରତର ଜନସାଧାରଣକୁ ଗୁଣାତ୍ମକ ତଥା ସୁଲଭ ଚିକିତ୍ସା ସେବା ଉପଲବ୍ଧ କରାଇବା ଉପରେ ଅନୁଷ୍ଠାନ ଗୁରୁତ୍ୱାରୋପ କରୁଛି। ସେହିଭଳି ଓଡ଼ିଶାରେ ନୂତନ ଭାବେ ଖୋଲିଥିବା ଏହି କ୍ଲିନିକ୍‌ଗୁଡିକ ଦ୍ୱାରା ୨ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। ଏହି ଟେଲି ମେଡିସିନ କ୍ଲିନିକ୍‌ଗୁଡିକ ବିଶେଷକରି ନର୍ସ ସହାୟକ କ୍ଲିନିକ ଭାବେ ଜଣାଶୁଣା। ଯେଉଁଠାରେ ରୋଗୀଙ୍କୁ ପ୍ରଥମେ ନର୍ସଙ୍କ ଦ୍ୱାରା ସହାୟତା ଉପଲବ୍ଧ କରାଯାଇଥାଏ। ପରବର୍ତ୍ତୀ ସମୟରେ ନର୍ସ ରୋଗୀର ସ୍ଥିତି ସମ୍ପର୍କରେ ଅବଗତ ହୋଇ ଏକ ଭିଡିଓ କଲ୍‌ ମାଧ୍ୟମରେ ତାଲିକାଭୁକ୍ତ ଉପଯୁକ୍ତ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରିଥାନ୍ତି। ସେହିଭଳି ପୋଷ୍ଟ ପରାମର୍ଶ, ନର୍ସ ପ୍ରେସ୍‌କ୍ରିପ୍‌ଶନ ଲେଖି ଔଷଧ ବିତରଣ ମଧ୍ୟ କରନ୍ତି। ଏହି ସିଷ୍ଟମ ଫଲୋ ଅପ୍‌ ମଧ୍ୟ କାର୍ଯ୍ୟକାରୀ କରିଥାଏ। ଔଷଧ ସହିତ ଏହି ସମ୍ପୂର୍ଣ୍ଣ ସେବା ମାତ୍ର ୧୦୦ ଟଙ୍କାରେ ଉପଲବ୍ଧ। ଏ କ୍ଷେତ୍ରରେ କାର୍ଯ୍ୟକରୁଥିବା ଏକ ଅଗ୍ରଣୀ ସାମାଜିକ ଉଦ୍ୟୋଗ କର୍ମା ହେଲ୍‌ଥ କେୟାର ସହିତ ଆମେ ମିଳିତ ଭାବେ କାର୍ଯ୍ୟ କରୁଛୁ ବୋଲି ଏଚ୍‌ଏମ୍‌ଆଇଏଫ୍‌ ପକ୍ଷରୁ କୁହାଯାଇଛି।

Share