Categories: ବାଣିଜ୍ୟ

ଏଚ୍‌ଏମ୍‌ଆଇଏଫ୍‌ର ‘ଆର୍ଟ ଫର୍‌ ହୋପ୍‌-ସିଜନ ୩’

ଭୁବନେଶ୍ୱର,୩୦।୩: ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌ର ସାମାଜିକ ପ୍ରତିଷ୍ଠାନ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଫାଉଣ୍ଡେଶନ(ଏଚ୍‌ଏମ୍‌ଆଇଏଫ୍‌)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ଆର୍ଟ ଫର୍‌ ହୋପ୍‌-ସିଜନ୩’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏଚ୍‌ଏମ୍‌ଆଇଏଫ୍‌ର ଏମ୍‌ଡି ତଥା ସିଇଓ ଉନ୍‌ ସୋ କିମ୍‌,ଇଣ୍ଡିଆନ କାଉନସିଲ ଫର୍‌ କଲ୍‌ଚରାଲ ରିଲେଶନ୍ସ(ଆଇସିସିଆର୍‌)ର ମହାନିର୍ଦ୍ଦେଶକ କୁମାର ତୁହିନଙ୍କ ସମେତ ପଦ୍ମଶ୍ରୀ କମଳିନୀ ଏବଂ ନଳିନୀ ଆସ୍ଥାନା ପ୍ରମୁଖ ଉଦ୍‌ଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉଲ୍ଲେଖଯୋଗ୍ୟ,ନୂଆଦିଲ୍ଲୀର ତ୍ରିବେଣୀ କଳାସଙ୍ଗମଠାରେ ‘ଆର୍ଟ ଫର୍‌ ହୋପ୍‌-ସିଜନ ୩’ଅନୁଷ୍ଠିତ ହେଉଛି। ଏହି ସଂସ୍କରଣ ୨୦୨୪ମାର୍ଚ୍ଚ ୨୮ରୁ ୩୧ ପର୍ଯ୍ୟନ୍ତ ଜାରି ରହିବ। ଏହି ୪ଦିନିଆ ପ୍ରଦର୍ଶନୀ ଏବଂ କର୍ମଶାଳା ସହ ଉଦୀୟମାନ କଳାକାର, ଯୁବକ, ମହିଳା, ସମ୍ପ୍ରଦାୟ ଏବଂ ସ୍ଥାନୀୟ ପ୍ରତିଭାମାନଙ୍କ ପାଇଁ ଏକ ଉପଯୁକ୍ତ ପ୍ଲାଟ୍‌ଫର୍ମ ପ୍ରଦାନ କରିବ। ବିଶେଷକରି ଆର୍ଟ ଫର୍‌ ହୋପ୍‌ ଭାରତର ସମୃଦ୍ଧ ପାରମ୍ପରିକ କଳା, ହସ୍ତଶିଳ୍ପ ଏବଂ ସଂସ୍କୃତିର ପୋଷଣ ତଥା ପ୍ରୋତ୍ସାହନ ଉପରେ ଗୁରୁତ୍ୱାରୋପ କରିଥାଏ; ଯାହା ସମଗ୍ର ଭାରତର କଳାକାରମାନଙ୍କ ଉଲ୍ଲେଖନୀୟ ପ୍ରତିଭା ପ୍ରଦର୍ଶନ ପାଇଁ ଏକ ପ୍ଲାଟ୍‌ଫର୍ମ ଭାବେ କାର୍ଯ୍ୟ କରିଥାଏ। ଏପରିକି ଓଡ଼ିଶାର କଳାକୃତି ହରିକଥା ପରମ୍ପରାକୁ ପୁନଃ ପ୍ରୋତ୍ସାହିତ କରୁଥିବା ନିର୍ଗୁଣ ଟ୍ରଷ୍ଟ ଭାରତର ୨୦ଟି ଅଞ୍ଚଳରୁ ୪୦ଜଣ ଅନୁଦାନ ପ୍ରାପ୍ତକାରୀଙ୍କ ମଧ୍ୟରେ ସ୍ଥାନ ହାସଲ କରିଛି। ଏହି ପଦକ୍ଷେପ ଭିଜୁଆଲ ଆର୍ଟ, ଡିଜିଟାଲ ଆର୍ଟ, ପ୍ରଦର୍ଶନ କଳା, ପାରମ୍ପରିକ ଲୋକକଳା ଏବଂ ସାଂସ୍କୃତିକ ସମ୍ପ୍ରଦାୟ କଳା ସହିତ ବିଭିନ୍ନ କଳାତ୍ମକ ଡୋମେନ ବିସ୍ତାର କରିଥାଏ। ଏ ସମ୍ପର୍କରେ ଏଚ୍‌ଏମ୍‌ଆଇଏଫ୍‌ର ଏମ୍‌ଡି ତଥା ସିଇଓ ଉନ୍‌ ସୋ କିମ୍‌ କହିଥିଲେ, ଏଚ୍‌ଏମ୍‌ଆଇଏଫ୍‌ ସାମାଜିକ କାର୍ଯ୍ୟ ଜାରି ରଖିଛି। ଏପରିକି ବିଭିନ୍ନ ବଞ୍ଚତ୍ତ ବ୍ୟକ୍ତିଙ୍କ ପାଇଁ ସୁଯୋଗ ଏବଂ ଜୀବିକା ସୃଷ୍ଟି କରୁଛି। ବିଶେଷକରି କଳା ଏବଂ କଳାକାରଙ୍କ ପ୍ରତି ଗଭୀର ସମ୍ମାନ ସହ ଆମେ ବିଭିନ୍ନ ସମ୍ପ୍ରଦାୟ ସହିତ ଯୋଡ଼ିହୋଇଛୁ ଏବଂ ଆର୍ଟ ଫର୍‌ ହୋପ୍‌ର ପ୍ରଥମ ୨ଟି ସଂସ୍କରଣରେ ଆମେ ସଙ୍ଗୀତର କଳା ସଙ୍ଗଠକ ଭାବେ ଯୋଡି ହୋଇଥିଲୁ। ଚଳିତ ବର୍ଷ ଆମେ ଆମର ଉଦ୍ୟମକୁ ବୃଦ୍ଧିକରି ଅଧିକ ଲୋକଙ୍କ ଜୀବନକୁ ସମୃଦ୍ଧ କରିବା ପାଇଁ ଆମର ପ୍ରୟାସରେ ସ୍ବତନ୍ତ୍ର ଦକ୍ଷ କଳାକାରମାନଙ୍କୁ ଅନ୍ତର୍ଭୁକ୍ତ କରିଛୁ। ଆମେ ସେମାନଙ୍କର ଏହି ଉଦ୍ୟମକୁ ପ୍ରଶଂସା କରୁଛୁ।

Share