Advertisement

ଭାରତରେ ହେବ ଲକ୍‌ଡାଉନ! HMPV ଆକ୍ରାନ୍ତ ଚିହ୍ନଟ ପରେ ବଢିଲା ଚିନ୍ତା

ନୂଆଦିଲ୍ଲୀ,୭।୧: କୋଭିଡ ମହାମାରୀ ପରେ ପୁଣି ଏକ ସଂକ୍ରାମକ ଭୂତାଣୁ ହ୍ୟୁମାନ ମେଟାନ୍ୟୁମୋଭାଇରସ(ଏଚଏମପିଭି)ଚିନ୍ତା ବଢାଇଛି। ଭାରତର ୪ ରାଜ୍ୟରେ ୬ ଆକ୍ରାନ୍ତ ଚିହ୍ନଟ ପରେ ଆଗକୁ ଲକ୍‌ଡାଉନ ଲାଗୁ ହେବ କି ବୋଲି ଆଶଙ୍କା ବଢିଛି। ସୋସିଆଲ ମିଡିଆରେ ହାଶଟ୍ୟାଗ ଲକଡାଉନ ଟ୍ରେଣ୍ଡ କରିବା ଆରମ୍ଭ ହୋଇଗଲାଣି। ବେଙ୍ଗାଲୁରୁରେ ୨ ଶିଶୁ, ଚେନ୍ନାଇରେ ୨ ଏବଂ ଅହମ୍ମଦାବାଦରେ ଜଣେ ୨ ମାସର ଶିଶୁ HMPV ରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି କୋଲକାତାରେ ମଧ୍ୟ ୬ ମାସର ଶିଶୁ ଶରୀରରେ HMPV ଚିହ୍ନଟ ହୋଇଛି। ଦେଶରେ HMPV ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କର ବିଦେଶ ଭ୍ରମଣ ସହ କୌଣସି ସମ୍ପର୍କ ନାହିଁ। ଭାରତ ସମେତ ସାରା ବିଶ୍ୱରେ ଏହି ଭୂତାଣୁ ପୂର୍ବରୁ ବ୍ୟାପିଥିଲା। ବିଭିନ୍ନ ଦେଶରେ ଶ୍ୱାସକ୍ରିୟାଜନିତ ରୋଗ ବିଭିନ୍ନ ସମୟରେ ଚିହ୍ନଟ ହୋଇଥାଏ ବୋଲି ମନ୍ତ୍ରଣାଳୟ କହିଛି। ଇନ୍‌ଫ୍ଲୁଏଞ୍ଜା କିମ୍ବା ଅତ୍ୟଧିକ ଶ୍ୱାସକ୍ରିୟାଜନିତ ଅସୁସ୍ଥତା ବଢ଼ିବା ଆଦୌ ଅସାଧାରଣ ଘଟଣା ନୁହେଁ ବୋଲି ଆଇସିଏମଆର ଏବଂ ଇଣ୍ଟିଗ୍ରେଟେଡ ଡିଜିଜ ସର୍ଭିଲାନ୍ସ ପ୍ରୋଗ୍ରାମ (ଆଇଡିଏସ୍ପି) ନେଟଓ୍ବର୍କ ପକ୍ଷରୁ କୁହାଯାଇଛି। ସମସ୍ତ ସର୍ଭିଲାନ୍ସ ଚ୍ୟାନେଲ ଜରିଆରେ ମନ୍ତ୍ରଣାଳୟ ସ୍ଥିତି ଉପରେ ନଜର ରଖିଛି। ବର୍ଷସାରା ଏଚଏମ୍ପିଭି ସଂକ୍ରମଣ ଚିହ୍ନଟ ଧାରା ଆଇସିଏମଆର୍‌ ଜାରି ରଖିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share