Categories: ବାଣିଜ୍ୟ

ଏଚ୍‌ ଆଣ୍ଡ ଏମ୍‌ର ଏକ୍ସକ୍ଲୁସିଭ କଲେକ୍ସନ

ଭୁବନେଶ୍ୱର,୧୮ା୩: ଦେଶର ପ୍ରମୁଖ ରିଟେଲ ଗାର୍ମେଟ ଚେନ୍‌ ‘ଏଚ୍‌ ଆଣ୍ଡ ଏମ୍‌’ର ଏକ୍ସକ୍ଲୁସିଭ କଲେକ୍ସନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷ ବସନ୍ତଋତୁ ଅବସରରେ ଉକ୍ତ ସଂଗ୍ରହ ନୂତନ ଋତୁ ପାଇଁ ଷ୍ଟାଇଲ ପରିବର୍ତ୍ତନର ସମ୍ଭାବନାକୁ ଅନୁସନ୍ଧାନ ଜାରି ରଖିଛି। ଏପରିକି ପୌରାଣିକ ଦ୍ୱୀପ ଇସ୍ଲା ହେନେସ୍‌ ଦ୍ୱାରା ଅନୁପ୍ରାଣିତ ହୋଇଛି। ଉକ୍ତ ସଂଗ୍ରହ ଗ୍ରାହକମାନଙ୍କୁ ପରୀକ୍ଷଣ କରିବାକୁ ସୁଯୋଗ ଦେଇଥାଏ। ସେହିଭଳି ବିଭିନ୍ନ ପ୍ରକାର କ୍ରାଫ୍ଟ ସଫ୍ଟ ଟୋନ୍‌, ବୋଲ୍ଡ ଆକୃତି ଏବଂ ଟ୍ୟାକ୍ଟିଲ୍‌ ଟେକ୍ସଚର ପ୍ରଦାନ କରିଥାଏ। ଏଚ୍‌ ଆଣ୍ଡ ଏମ୍‌ ବସନ୍ତ ୨୦୨୩ ସଂଗ୍ରହ ଦୁଇଟି ଡ୍ରପ୍‌ରେ ଆରମ୍ଭ ହେବ। ପ୍ରି-ସ୍ପ୍ରିଙ୍ଗ୍‌ ଚଳିତ ବର୍ଷ ମାର୍ଚ୍ଚ ୨ୟ ସପ୍ତାହରୁ ଏବଂ ମାର୍ଚ୍ଚ ୩୦ରେ ସ୍ପ୍ରିଙ୍ଗ୍‌ କଲେକ୍ସନ ଉଭୟ ଅନ୍‌ଲାଇନ ଏବଂ ଅଫ୍‌ଲାଇନ ଷ୍ଟୋରରେ ଉପଲବ୍ଧ ହେବ। ଏ ସମ୍ପର୍କରେ କନ୍‌ସେପ୍ଟ ଡିଜାଇନର ଏଲିନା ମାସ୍‌ଗାଲୋସ୍‌ କହିଛନ୍ତି, ଏଚ୍‌ ଆଣ୍ଡ ଏମ୍‌ରେ ଆମେ ସମ୍ଭାବନାର ଏକ ନୂତନ ପରିଚୟ ଦେଖୁ। ଆମେ ଆଶା କରୁ ଉପରୋକ୍ତ ସଂଗ୍ରହ ଆମ ଗ୍ରାହକମାନଙ୍କୁ ବିଭିନ୍ନ ସୌନ୍ଦର୍ଯ୍ୟକରଣ ମାଧ୍ୟମରେ ଭ୍ରମଣ କରିବାକୁ ଉତ୍ସାହିତ କରିବ ଏବଂ ଇଲେକ୍ଟିକ୍‌ ଖଣ୍ଡ ଦ୍ୱାରା ଅନୁପ୍ରାଣିତ ହୁଅନ୍ତି। ଅପରପକ୍ଷରେ ଏହି ସଂଗ୍ରହକୁ ୨ଟି ଭାଗରେ ବିଭକ୍ତ କରାଯାଇଛି, ଯଥା ପ୍ରି-ସ୍ପ୍ରିଙ୍ଗ୍‌ ଏବଂ ସ୍ପ୍ରିଙ୍ଗ୍‌। ପ୍ରତ୍ୟେକ ଉନ୍ମୋଚନରେ ୪ଟି ଥିମ୍‌ ଏକ ଭିନ୍ନ କାହାଣୀ କହିଥାଏ,ଯାହା ଇସ୍ଲା ହେନେସରେ ପରିବର୍ତ୍ତନ ପାଇଁ ଯୋଗ ଦେଖାଇଥାଏ।

Share