Categories: ବାଣିଜ୍ୟ

୨.୫୦ ଲକ୍ଷ ୟୁନିଟ୍‌ ଯାନ ବିକିଲା ଏଚ୍‌ଏମ୍‌ଏସ୍‌ଆଇଏଲ୍‌

ନୂଆଦିଲ୍ଲୀ,୫।୧: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ଏମ୍‌ଏସ୍‌ଆଇଏଲ) ପକ୍ଷରୁ ଡିସେମ୍ବର ମାସର ଗାଡ଼ି ବିକ୍ରି ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅବଧିରେ କମ୍ପାନୀ ୨୫୦,୧୭୧ ୟୁନିଟ୍‌ ଯାନ ବିକ୍ରି କରିବାକୁ ସକ୍ଷମ ହୋଇଛି। ଉଲ୍ଲେଖଯୋଗ୍ୟ, ଦେଶର ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ‘ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ’ ଡିସେମ୍ବରରେ ୨୫୦,୧୭୧ ୟୁନିଟ୍‌ ଯାନ ବିକ୍ରି କରିଛି। ଏଥିରେ ୨୩୩,୧୫୧ ୟୁନିଟ୍‌ ଯାନ ଘରୋଇ ବଜାରରେ ବିକ୍ରି ଏବଂ ୧୭,୦୨୦ ୟୁନିଟ୍‌ ଯାନ ରପ୍ତାନି ହୋଇଅଛି। ତେବେ ଘରୋଇ ବିକ୍ରି ଗତବର୍ଷର ସମାନ ଅବଧିରେ ୧୧% ଅଭିବୃଦ୍ଧି ହୋଇ ୨୧୦,୬୩୮ ୟୁନିଟ୍‌ ରହିଥିଲା ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି।

Share