ଭୁବନେଶ୍ୱର,୨୯ା୩: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ) ଲିମିଟେଡ୍ ଘରୋଇ ବଜାର (ଭାରତ)ରେ ୬ କୋଟିରୁ ଅଧିକ ଗାଡ଼ି ବିକ୍ରିକରି ନୂଆ ମାଇଲଖୁଣ୍ଟ ହାସଲ କରିଛି। ବିଶେଷକରି ଏହି ସଫଳତା ଭାରତୀୟ ବଜାର ପ୍ରତି କମ୍ପାନୀର ଉପସ୍ଥିତି ଓ ଅତୁଟ ପ୍ରତିବଦ୍ଧତାକୁ ଦର୍ଶାଉଛି। ଉଲ୍ଲେଖଯୋଗ୍ୟ, ୨୦୦୧ରେ କମ୍ପାନୀ ତା’ର ପ୍ରଥମ ଦୁଇଚକିଆ ଯାନ ଆକ୍ଟିଭା ସହ ଭାରତୀୟ ବଜାରକୁ ପ୍ରବେଶ କରିଥିଲା। ଏପରିକି ବର୍ଷ ବର୍ଷ ଧରି କମ୍ପାନୀ ଅନେକ ନୂତନ ମାଇଲଖୁଣ୍ଟ ହାସଲ ସହ ଭାରତର ଲୋକପ୍ରିୟ ଦୁଇଚକିଆ ବ୍ରାଣ୍ଡ୍ ମଧ୍ୟରୁ ଅନ୍ୟତମ ହୋଇଯାଇଥିଲା। ଘରୋଇ ବଜାରେ ବ୍ରାଣ୍ଡ୍ର ପ୍ରତିଷ୍ଠା ପରଠାରୁ ଏଚ୍ଏମ୍ଏସ୍ଆଇ ଅଭିନବତା, ଗୁଣବତ୍ତା ଏବଂ ଗ୍ରାହକ ସନ୍ତୋଷରେ ଅଗ୍ରଣୀ ରହିଛି। ଭାରତୀୟ ଉପଭୋକ୍ତାଙ୍କ ବିବିଧ ଆବଶ୍ୟକତା ପୂରଣ କରିବା ପାଇଁ ପ୍ରସ୍ତୁତ ବିଶ୍ୱସ୍ତରୀୟ ଉତ୍ପାଦଗୁଡ଼ିକର ଏକ ବିଶାଳ ଉପତ୍ାଦ ବର୍ଗମାଳା କ୍ରମାଗତ ଭାବେ ପ୍ରଦାନ କରୁଛି। ୨୦୦୧ ଜୁନ୍ରେ ବ୍ରାଣ୍ଡ୍ ଖୁଚୁରା କାରବାର ଆରମ୍ଭ କରିଥିବାବେଳେ ଗତ ୨ଦଶନ୍ଧିରୁ ଅଧିକ ସମୟ ଧରି କମ୍ପାନୀ ଭାରତୀୟ ଗ୍ରାହକମାନଙ୍କ ସମର୍ଥନ ପାଇଆସୁଛି। ଏପରିକି ପ୍ରଥମ ୧କୋଟି ଗ୍ରାହକ ହାସଲ କରିବା ପାଇଁ କମ୍ପାନୀକୁ ୧୧ ବର୍ଷ ସମୟ ଲାଗିଥିବାବେଳେ ବର୍ତ୍ତମାନ ଏହାର ଗତି ୩ଗୁଣ ବୃଦ୍ଧି ପାଇଛି ଏବଂ ପରବର୍ତ୍ତୀ ୩ ବର୍ଷରେ ଏହା ୨କୋଟି ଛୁଇଁଛି। ୨୦୧୭ ଏପ୍ରିଲରେ ବ୍ରାଣ୍ଡ୍ ୩ କୋଟିର ନୂତନ ମାଇଲଖୁଣ୍ଟ ହାସଲ କରିଥିଲା। କିନ୍ତୁ ପରବର୍ତ୍ତୀ ୩ କୋଟି ଗ୍ରାହକ ମାତ୍ର ୭ ବର୍ଷ ମଧ୍ୟରେ ହୋଣ୍ଡା ପରିବାରରେ ଯୋଗଦେଇଥିଲେ ଏବଂ ୨୦୨୪ ମାର୍ଚ୍ଚରେ ବ୍ରାଣ୍ଡ୍ର ୬କୋଟି ଘରୋଇ ବିକ୍ରି ସହ ନୂତନ ରେକର୍ଡ ଓ ମାଇଲଖୁଣ୍ଟ ହାସଲ କରିଛି।
ଏ ସମ୍ପର୍କରେ ଏଚ୍ଏମ୍ଏସ୍ଆଇର ଏମ୍ଡି, ସଭାପତି ଓ ସିଇଓ ସୁତ୍ସୁମୁ ଓଟାନି କହିଛନ୍ତି, କମ୍ପାନୀ ବର୍ତ୍ତମାନ ୬କୋଟିରୁ ଅଧିକ ଉଲ୍ଲସିତ ଗ୍ରାହକଙ୍କ ଏକ ପରିବାର ବୋଲି ଘୋଷଣା କରି ଆମେ ବେଶ୍ ଉତ୍ସାହିତ ଅଛୁ। ବିଶେଷକରି ଏହି ବିକ୍ରୟ ମାଇଲଖୁଣ୍ଟ ହାସଲ କରିବା ସହ ଭାରତୀୟ ଗ୍ରାହକମାନେ ବ୍ରାଣ୍ଡ୍ ହୋଣ୍ଡା ଉପରେ ରଖିଥିବା ବିଶ୍ୱାସ ଏବଂ ଆତ୍ମବିଶ୍ୱାସର ପ୍ରମାଣ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…
ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...
ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...
ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ
ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...
ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ
୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...
ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର
ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...
ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…
ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...
ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି
ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍ରେ ସ୍ଥାନୀୟ ଏମ୍ପି ପ୍ରଦୀପ କୁମାର...
IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍? ୫ କୋଟିରେ ରିଟେନ କରିଛି…
ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...
Archives


