Categories: ବାଣିଜ୍ୟ

ଏଚ୍‌ଏମ୍‌ଏସ୍‌ଆଇର ସଡ଼କ ସୁରକ୍ଷା ସଚେତନତା ଅଭିଯାନ

ଭୁବନେଶ୍ୱର,୧୮।୩: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ଲୋକପ୍ରିୟ କାର୍ଯ୍ୟକ୍ରମ ତଥା ସ୍ବତନ୍ତ୍ର ପଦକ୍ଷେପ ‘ସଡ଼କ ସୁରକ୍ଷା ସଚେତନତା ଅଭିଯାନ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ସଡ଼କ ସୁରକ୍ଷା ଏଚ୍‌ଏମ୍‌ଏସ୍‌ଆଇର ସର୍ବୋଚ୍ଚ ପ୍ରାଥମିକତା ହୋଇଥିବାବେଳେ ସଡ଼କରେ ଦାୟିତ୍ୱସମ୍ପନ୍ନ ଆଚରଣକୁ ପ୍ରୋତ୍ସାହିତ କରିବା ଏବଂ ଅଧିକ ସତର୍କ ଏବଂ ନିରାପତ୍ତାକୈନ୍ଦ୍ରିକ ସମାଜ ଗଠନରେ ଯୋଗଦାନ କରିବା ପାଇଁ କମ୍ପାନୀ ନିୟମିତ ଭାବେ ଦେଶର ବିଭିନ୍ନ ଅଞ୍ଚଳରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆୟୋଜନ କରୁଛି। ଏଚ୍‌ଏମ୍‌ଏସ୍‌ଆଇ ଦୃଢ ଭାବେ ବିଶ୍ୱାସ କରେ ଯେ ଏଭଳି ଅଭିଯାନ ବ୍ୟକ୍ତିମାନଙ୍କୁ ସୁରକ୍ଷିତ ଡ୍ରାଇଭିଂ କରିବା ଏବଂ ରାସ୍ତାରେ ସତର୍କତା ଏବଂ ବିଚାରର ସଂସ୍କୃତିକୁ ପ୍ରୋତ୍ସାହିତ କରିବ।
ନିକଟରେ ଭବାନୀପାଟଣା ସହରରେ ଏଭଳି ଏକ ଅଭିଯାନ ଅନୁଷ୍ଠିତ ହୋଇଥିଲା; ଯାହା ଅଂଶଗ୍ରହଣକାରୀଙ୍କ ଉପରେ ଉଲ୍ଲେଖନୀୟ ପ୍ରଭାବ ସୃଷ୍ଟି କରିଥିଲା। ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ପ୍ରଗତି ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨୦୦୦ରୁ ଅଧିକ ଛାତ୍ରୀଛାତ୍ର ଓ କର୍ମଚାରୀ ସାମିଲ ହୋଇଥିବା଼ ଦେଖିବାକୁ ମିଳିଥିଲା।
ଏଚ୍‌ଏମ୍‌ଏସ୍‌ଆଇ ପିଲାମାନଙ୍କୁ ଛୋଟବେଳୁ ସଡ଼କ ସୁରକ୍ଷା ନୀତି ଶିଖାଇବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରୁଛି ଏବଂ ଏହିପରି ଉଭୟ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟସ୍ତରରେ ସଡ଼କ ସୁରକ୍ଷା ଶିକ୍ଷା ପାଠ୍ୟକ୍ରମକୁ ଅନ୍ତର୍ଭୁକ୍ତ କରିବାକୁ ପ୍ରୋତ୍ସାହିତ କରୁଛି। ଯୁବପିଢ଼ି ଶିଖିବା ପାଇଁ ଗ୍ରହଣୀୟ ବୋଲି ବୁଝି ଆଗାମୀ ପିଢ଼ିକୁ ଦାୟିତ୍ୱସମ୍ପନ୍ନ ଭାବେ ରାସ୍ତାରେ ଯାତାୟାତ କରିବା ପାଇଁ ଆବଶ୍ୟକ ଜ୍ଞାନ ଓ କୌଶଳରେ ସଶକ୍ତ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି। ସଡ଼କ ସୁରକ୍ଷା ସଚେତନତା ଅଭିଯାନରେ ସଡ଼କ ସୁରକ୍ଷା କ୍ରୀଡ଼ା, ସୁରକ୍ଷିତ ରୋଡ୍‌ ଥିଓରି ଅଧିବେଶନ, ସ୍ଲୋ ସାଇକେଲ୍‌ ଚାଳନା, ରୋଡ୍‌ ସାଇନେଜ୍‌ ଏବଂ ଚାଳନା ଶୈଳୀ ତାଲିମ ଭଳି ଅତ୍ୟନ୍ତ ଆକର୍ଷଣୀୟ କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା।
ଏଭଳି ଏକ ଅଭିଯାନ ଶୁଭାରମ୍ଭ ପରଠାରୁ ଓଡ଼ିଶା ରାଜ୍ୟରେ ଏଚ୍‌ଏମ୍‌ଏସ୍‌ଆଇ ପ୍ରାୟ ୩ ଲକ୍ଷ ବୟସ୍କ ଓ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରି ଦାୟିତ୍ୱପୂର୍ଣ୍ଣ ସଡ଼କ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ଏବଂ ସୁରକ୍ଷିତ ଗାଡ଼ି ଚାଳନା ଅଭ୍ୟାସ ସୃଷ୍ଟି ଉପରେ ଗୁରୁତ୍ୱ ଦେଉଛି।

Share