ଜଗତସିଂହପୁର ଜିଲାରେ ରାବଣ ଆଉ ମହିଷାସୁର କିଏ?: କାହାକୁ ଆକ୍ଷେପ କଲେ ବିଧାୟକ

ଜଗତସିଂହପୁର,୧୪।୧୦।: ଜଗତସିଂହପୁର ଜିଲାରେ ରାବଣ କିଏ? ମହିଷାସୁର କିଏ?ରବିବାର ଜଗତସିଂହପୁରରେ ହୋଇଥିବା ରାବଣ ପୋଡ଼ି ଉତ୍ସବରେ ଅତିଥି ଭାବେ ଯୋଗଦେଇଥିଲେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ବିଧାୟକ ଅମରେନ୍ଦ୍ର ଦାସ ଓ ଅନ୍ୟମାନେ। ସଭା କାର୍ଯ୍ୟରେ ବିଧାୟକ  ଦାସ ପୌରାଣିକ କଥା ବସ୍ତୁରୁ ନିଜର ଅଭିଭାଷଣ ଆରମ୍ଭ କରିଥିଲେ।
ସେହି ସମୟରେ ଆକ୍ଷେପ କରି ଜଗତସିଂହପୁର ଜିଲାରେ ରାବଣ କିଏ? ମହିଷାସୁର କିଏ? ଏପରି କହିଲେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ।
ତେବେ ପାରାଦୀପରେ ଶିଳ୍ପମନ୍ତ୍ରୀଙ୍କ ରାବଣ ଉପାଖ୍ୟାନ ପରେ ଜଗସିଂହପୁରରେ ଅମରେନ୍ଦ୍ରଙ୍କ ମହିଷାସୁରବଧ ଆକ୍ଷେପକୁ ନେଇ ରାଜନୀତିରେ ନାନାଦି ଚର୍ଚ୍ଚା ହେଉଛି।
ପରେ ସେ କହିଥିଲେ,  ଏ ଜଗତସିଂହପୁରରେ ପରିବର୍ତ୍ତନ ଆପଣ ଆଣିଛନ୍ତି। ଏ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ହେବ। ଆପଣଙ୍କୁ ଆଉ ତହସିଲ ଅଫିସ୍‌ ଦୌଡ଼ିବାକୁ ପଡ଼ିବ ନାହିଁ। ବ୍ଲକକୁ ଦୌଡ଼ିବାକୁ ପଡ଼ିବ ନାହିଁ। ଜିଲା କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ। ଥାନାରେ ଭଲ ବ୍ୟବହାର ମିଳିବ। ଏ ଆଶା ଆପଣମାନେ ରଖନ୍ତୁ। ଆମେ ସମସ୍ତେ ଆମ ଭିତରେ ଥିବା ଗର୍ବ ଓ ଅହଙ୍କାର (ରାବଣ ଓ ମହିଷାସୁର)କୁ ଏଇଠି ବଳି ଦେଇଯିବା। ଆଜି ଯେମିତି ଜଗତସିଂପୁର ଜିଲାରେ ମହିଷାସୁର ଓ ରାବଣ ବଧ ହେଉଛି ଓଡ଼ିଶା ମହିଷାସୁର ଓ ରାବଣ ଶାସନ ଭାରରୁ ମୁକୁଳିଛି। ଗରିବଙ୍କ ପାଇଁ ଏ ସରକାର ସବୁ ବ୍ୟବସ୍ଥା କରିଛନ୍ତି ବୋଲି ଦାସ କହିଛନ୍ତି।
ରବିବାର ପାରାଦୀପରେ ଆୟୋଜିତ ରାବଣ ପୋଡ଼ି ଉତ୍ସବରେ ନାଁ ନନେଇ ଶ୍ରମିକ ନେତା ତଥା ବିଜେଡିର ଜଣେ ଆଗଧାଡ଼ିର ନେତାଙ୍କୁ ଟାର୍ଗେଟ କରିଥିଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ। ସେ କହିଥିଲେ, ପାରାଦୀପରେ ରାବଣ କିଏ? ଏଠାକାର ଲୋକେ ଜାଣିଛନ୍ତି। ‘ମୁନ୍ନା ପତି ଓ ମହେନ୍ଦ୍ର ସ୍ୱାଇଁ ହତ୍ୟାରେ ସମ୍ପୃକ୍ତ ମନୁଷ୍ୟଦେହୀ ରାବଣ ଏଠି ବୁଲୁଛନ୍ତି। ଆଗାମୀ ଦିନରେ ତାଙ୍କୁ ଉଚିତ ଜବାବ ଦିଆଯିବ, ତାଙ୍କୁ ନିଜ ସ୍ଥାନ ଦେଖାଇ ଦିଆଯିବ। ପାରାଦୀପବାସୀଙ୍କ ପାଖରେ ମୁଁ ଏହି ସଂକଳ୍ପ କରୁଛି ବୋଲି ମନ୍ତ୍ରୀ କହିଥିଲେ।।

Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri