Categories: ଖେଳ

ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ବିଶ୍ୱକପ୍‌ ମ୍ୟାଚ୍‌ ବେଳେ ଷ୍ଟାଡିୟମରୁ ଖସିଲା ହୋର୍ଡିଂ

ଲକ୍ଷ୍ନୌ, ୧୭ା୧୦:ସୋମବାର ଅଷ୍ଟ୍ରେଲିଆ ବନାମ ଶ୍ରୀଲଙ୍କା ବିଶ୍ୱକପ୍‌ ମ୍ୟାଚ୍‌ ବେଳେ ଜୋର୍‌ରେ ପବନ ବହିବାରୁ ଏକାନା ଷ୍ଟାଡିୟମର ଛାତ ଉପରୁ ବହୁ ହୋର୍ଡିଂ ତଳେ ଥିବା ଆସନଗୁଡ଼ିକ ଉପରେ ଖସିପଡ଼ିଥିଲା। ବର୍ଷାଯୋଗୁ ଖେଳକୁ କିଛି ସମୟ ସ୍ଥଗିତ ରଖାଯାଇଥିଲା। ସେତେବେଳେ ଧୂଳିଝଡ଼ ସାଙ୍ଗକୁ ଭୀଷଣ ବାୟୁପ୍ରବାହ ହୋଇଥିଲା। ଯେଉଁଠାରେ ହୋର୍ଡିଂ ଖସିପଡ଼ିଥିଲା ସେଠାରେ ଦର୍ଶକ ନ ଥିଲେ। ଆସନରେ ଲୋକେ ଥିଲେ ପରିସ୍ଥିତି ଗମ୍ଭୀର ହୋଇପଡ଼ିଥାନ୍ତା। ଦ୍ୱିତୀୟ ଇନିଂସ୍‌ ଆରମ୍ଭରେ ସୁରକ୍ଷା କର୍ମଚାରୀମାନେ ସମସ୍ତ ଦର୍ଶକଙ୍କୁ ସୁରକ୍ଷିତ ଉଚ୍ଚ ସ୍ଥାନକୁ ନେଇଯାଇଥିଲେ। ଏହି ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା ପ୍ରଥମ ବିଶ୍ୱକପ୍‌ ମ୍ୟାଚ ଗତ ସପ୍ତାହରେ ଖେଳାଯାଇଥିଲା। ଆଗକୁ ଏହି ଷ୍ଟାଡିୟମରେ ଭାରତ ବନାମ ଇଂଲଣ୍ଡ ମ୍ୟାଚ୍‌ ଅକ୍ଟୋବର ୨୯ରେ ଖେଳାଯିବା କାର୍ଯ୍ୟକ୍ରମ ରହିଛି।

Share