Categories: ଜାତୀୟ

ମହାରାଷ୍ଟ୍ରରେ ହୋର୍ଡିଂ ରାଜନୀତି ତେଜିଲା, ଉଦ୍ଧବଙ୍କ ସହ ମୋଗଲ ଶାସକ ଔରଙ୍ଗଜେବଙ୍କ ଫଟୋ ଭାଇରାଲ…

ମୁମ୍ବାଇ,୨୨।୬ : ସମ୍ପ୍ରତି ମୁମ୍ବାଇ ରାଜନୀତିରେ ଔରଙ୍ଗଜେବଙ୍କ ନାମକୁ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି। ଏନେଇ ବିଭିନ୍ନ ସ୍ଥାନରେ ହିଂସା ଦେଖାଦେଇଥିବାବେଳେ ଏବେ ଏହାକୁ ନେେଇ କିଛି ବ୍ୟକ୍ତି ହୋର୍ଡିଂ ରାଜନୀତି ଆରମ୍ଭ କରିଛନ୍ତି। ଏବେ କେତେକ ସ୍ଥାନରେ ବିବାଦୀୟ ହୋର୍ଡିଂ ଲଗାଯାଇଛି। ଯେଉଁଥିରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଔରଙ୍ଗଜେବଙ୍କ ଫଟୋ ସହିତ ଦୃଶ୍ୟମାନ ହେଉଛନ୍ତି ।

ସୋସିଆଲ ମିଡିଆରେ ହୋର୍ଡିଂର ଫଟୋ କ୍ରମାଗତ ଭାବରେ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି ମୁମ୍ବାଇର ମାହିମ ଅଞ୍ଚଳରେ ହୋର୍ଡିଂ ଲଗାଯାଇଛି। ଏଥିରେ ମହାରାଷ୍ଟ୍ରର ପୂର୍ବତନ ସିଏମ ଉଦ୍ଧବ ଠାକରେ ଏବଂ ବଞ୍ଚିତ ବହୁଜନ ଅଘାଡି ମୁଖ୍ୟ ପ୍ରକାଶ ଆମ୍ବେଡକରଙ୍କୁ ଔଙ୍ଗଜେବଙ୍କ ଫଟୋ ସହିତ ଦେଖିବାକୁ ମିଳୁଛି।
କୁହାଯାଉଛି ଏହି ପୋଷ୍ଟରଗୁଡ଼ିକ ରାତିରେ ଲଗା ଯାଇଥିଲା। କିଏ ଏହାକୁ ଲଗାଇଛି ତାହା ମଧ୍ୟ ଜଣା ପଡିନାହିଁ। ତେବେ ମୁମ୍ବାଇ ପୋଲିସ କହିଛି ଏହି ହୋର୍ଡିଂଗୁଡ଼ିକୁ ହଟାଇ ଦିଆଯାଇଛି। ଏ ସମ୍ପର୍କରେ କୌଣସି ଅଭିଯୋଗ ଗ୍ରହଣ କରାଯାଇ ନାହିଁ। ଯଦି ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିଯାଏ, ତେବେ ପୋଲିସ ଅଜ୍ଞାତ ଲୋକଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବ।

ମାତ୍ର ହୋର୍ଡିଂକୁ ନେଇ ରାଜନୀତି ଆରମ୍ଭ ହୋଇଛି। କୋଲହାପୁରର ସଂରକ୍ଷକ ମନ୍ତ୍ରୀ ଦୀପକ କେସରକର କହିଛନ୍ତି ଔରଙ୍ଗଜେବଙ୍କ ପାଇଁ ଉଦ୍ଧବ ଠାକରେଙ୍କ ନୂଆ ପ୍ରେମ ଦେଖିବାକୁ ମିଳୁଛି। ସେ କହିଛନ୍ତି ଯେଉଁମାନେ ହିନ୍ଦୁତ୍ୱ ସହିତ ଆପୋଷ ବୁଝାମଣା କରୁଛନ୍ତି ସେମାନଙ୍କୁ ଛତ୍ରପତି ଶିବାଜୀ ମହାରାଜ କ୍ଷମା କରିବେ ନାହିଁ।

Share