ହଟାଗଲା ହୋର୍ଡିଂ

ଭଣ୍ଡାରିପୋଖରୀ, ୧।୨ (ଡି.ଏନ.ଏ.)
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗ୍ରାମାଞ୍ଚଳରେ ତିନି ପ୍ରମୁଖ ଦଳ ପକ୍ଷରୁ ପ୍ରଚାର ଆରମ୍ଭ ହୋଇଯାଇଛି। ସରକାରଙ୍କ ଯୋଜନା ସମ୍ପର୍କରେ ସୂଚନା ଦେଉଥିବା ଏବଂ ଦଳର ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ହୋର୍ଡିଂ ହଟାଇବା ପାଇଁ ନିର୍ବାଚନ କମିଶନ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ଅନେକ ସରକାରୀ ସ୍ଥାନରେ ହୋର୍ଡିଂ ଲାଗି ରହିଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ସୋମବାର ଧରିତ୍ରୀରେ ‘ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ହଟାଯାଉନି ହୋର୍ଡିଂ’ ଖବର ପ୍ରକାଶ ପରେ ତହସିଲଦାର ସରୋଜକାନ୍ତ ନାୟକ ରହଣିଆ ପଞ୍ଚାୟତ କାର୍ଯ୍ୟାଳୟ ପାର୍ଶ୍ୱରେ ଲାଗିଥିବା ହୋର୍ଡିଂକୁ ହଟାଇଛନ୍ତି। ବିରୋଳି ଓ ଅନ୍ୟ ସ୍ଥାନଗୁଡ଼ିକରୁ ମଧ୍ୟ ହୋର୍ଡିଂ ହଟାଯାଇଛି।

Share