ବିଜେଡିକୁ ଝଟ୍‌କା ପରେ ଝଟ୍‌କା: ଗାଦିଚ୍ୟୁତ ହେଲେ…

ଭୁବନେଶ୍ୱର,୨୫।୧୦: ବିଜେଡିକୁ ଝଟ୍‌କା ପରେ ଝଟ୍‌କା। ଚଳିତ ନିର୍ବାଚନ  ହାରିବା ପରେ ବିଜେଡିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି । ଦଳର ବରିଷ୍ଠ ନେତା ମୁହଁ ଖୋଲି ଦଳ ଛାଡ଼ୁଥିବା ବେଳେ ତୃଣମୂଳ ସ୍ତରରେ ଦଳର ସଂଗଠନ  ମଧ୍ୟ କିଛି ଠିକ୍‌ ନାହିଁ।  ଏଥିରେ ପୁଣି ଗୋଷ୍ଠୀ କନ୍ଦଳ ମୁଖ୍ୟ ଭୁମିଳା ନିର୍ବାହ କରୁଛି।  ରାଜ୍ୟରେ ଗୋଟିଏ ମ୍ୟୁନିସିପାଲିଟି ଓ ତିନୋଟି ଏନ୍‌ଏସି କ୍ଷମତାଚ୍ୟୁତ କରିବା ପାଇଁ ରାଜ୍ୟ ସରକାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି । ଭବାନୀପାଟଣା ମ୍ୟୁନିସିପାଲିଟି ସହିତ, ନୀଳଗିରି ଓ ପୁରୁଷୋତ୍ତମପୁରରେ ମଧ୍ୟ ବିଜେଡି ଅନାସ୍ଥାରେ ପଦ ହରାଇଛି। ଅନ୍ୟପକ୍ଷେ ମଧ୍ୟ ଜୁନାଗଡ଼ରେ  ଭାଜପା ଅଧ୍ୟକ୍ଷଙ୍କୁ ଗାଦିଚ୍ୟୁତ କରିଛନ୍ତି ବିଜେଡି ବିଜେଡି ଟିମ୍‌।
ପଦ ହରାଇଛନ୍ତି ଭବାନୀପାଟଣା ପୌର ପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା । ୨୦ ଜଣ ସଦସ୍ୟ ବିଶିଷ୍ଟ ଭବାନୀପାଟଣା ମ୍ୟୁନିସିପାଲିଟିରେ ବିଜେଡିର ୧୮ଜଣ ସଦସ୍ୟ ଥାଇ ମଧ୍ୟ ମ୍ୟୁନିସିପାଲିଟି ହାତରୁ ଖସି ଯାଇଛି । ୨୦ରୁ ୨୦ ଭୋଟ ଅନାସ୍ଥା ସପକ୍ଷରେ ଯାଇଛି।
ଗଞ୍ଜାମର ପୁରୁଷୋତ୍ତମପୁରର ଅଧ୍ୟକ୍ଷା ଥିଲେ ପ୍ରିୟଙ୍କା ଗୌଡ଼ ସ୍ବାଧୀନରୁ ବିଜେଡିରେ ସାମିଲ ହୋଇଥିଲେ ଗୋଷ୍ଠୀ କନ୍ଦଳ ଯୋଗୁ ତାଙ୍କ ବିରୋଧରେ ୧୩ ସଦସ୍ୟରୁ ୧୦ଜଣ ଅନାସ୍ଥା ବିରୋଧରେ ଭୋଟ ଦେଇଥିଲେ ।
ସେହିପରି  ନୀଳଗିରି ଏନଏସି ପୂର୍ବରୁ ବିଜେଡିରେ ଦଖଲରେ ଥିଲା। ଅଧ୍ୟକ୍ଷା ଥିବା ଅମ୍ବିକା ଦାଶଙ୍କ ବିରୋଧରେ ଅନାସ୍ଥା ଆସିଥିଲା । ମୋଟ ୧୩ ସଦସ୍ୟଙ୍କ ମଧ୍ୟରୁ ୧୦ଜଣ ଅନାସ୍ଥା ସପକ୍ଷରେ ଭୋଟ ଦେଇଥିଲେ ।
ତେବେ ଜୁନାଗଡ଼ ଏ୍‌ନଏସି ଭାଜପା ଦଖଲରେ ଥିଲା । ମୁକେଶ ଅଗ୍ରୱାଲ ଏହାର ଅଧ୍ୟକ୍ଷ ଥିଲେ । ୧୨ ସଦସ୍ୟଙ୍କ ଭିତରୁ ୧୦ଜଣ ଅନାସ୍ଥା ସପକ୍ଷରେ ଭୋଟ ଦେବା ପରେ ପଦ ହରାଇଥିଲେ ମୁକେଶ ଅଗ୍ରୱାଲ।
Share