Categories: Home Leftଖେଳ

ହକି ଚାମ୍ପିୟନଶିପ୍‌: ମଧ୍ୟପ୍ରଦେଶ-ପଞ୍ଜାବ ଫାଇନାଲ

ଝାନ୍ସି,୧୩ା୪: ମଧ୍ୟପ୍ରଦେଶ ଓ ପଞ୍ଜାବ ନିଜ ନିଜର ସେମିଫାଇନାଲ ମ୍ୟାଚରେ ଯଥାକ୍ରମେ ମଣିପୁର ଓ ଉତ୍ତର ପ୍ରଦେଶକୁ ପରାସ୍ତକରି ରବିବାର ଜାତୀୟ ହକି ଚାମ୍ପିୟନଶିପ୍‌ ଫାଇନାଲରେ ପ୍ରବେଶ କରିଛନ୍ତି।

ପ୍ରଥମ ସେମିଫାଇନାଲରେ ମଧ୍ୟପ୍ରଦେଶ ୫-୩ ଗୋଲରେ ମଣିପୁରକୁ ପରାସ୍ତ କରିଥିଲା। ମ୍ୟାଚ୍‌ରେ ବିଜୟୀ ଦଳ ଲାଗି ଅଧିନାୟକ ୟୁସୁଫ୍‌ ଆଫାନ (ପଞ୍ଚମ ଓ ୩୪ତମ) ଓ ଅଲୀ ଅହମ୍ମଦ (ସପ୍ତମ ଓ ୧୫ତମ) ଦୁଇଟି ଲେଖାଏ ଗୋଲ କରିଥିବା ବେଳେ ମହମ୍ମଦ ଜାଇଦ ଖାନ୍‌ (୪୯ତମ) ଗୋଟିଏ ଗୋଲ କରିଥିଲେ।

ମଣିପୁର ଲାଗି ମୋଇରାଙ୍ଗଥେମ ରବିଚନ୍ଦ୍ରା ସିଂ (୪୭ତମ), ଅଧିନାୟକ ଚିଙ୍ଗଲେନସାନା ସିଂ କଙ୍ଗୁଜାମ (୫୦ତମ) ଓ ଲାଇଶ୍ରମ ଦୀପୁ ସିଂ (୫୩ତମ) ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ସେହିଭଳି ଦ୍ୱିତୀୟ ସେମିଫାଇନାଲରେ ପଞ୍ଜାବ ୪-୩ ଗୋଲରେ ଉତ୍ତର ପ୍ରଦେଶକୁ ହରାଇଛି।

ବିଜୟୀ ଦଳ ପାଇଁ ଯଶ୍‌ଜିତ୍‌ ସିଂ କୁଲାର (୧୪ ଓ ୪୦ତମ) ଦୁଇଟି ଗୋଲ ଦେଇଥିତ୍ବା ବେଳେ ହରଜିତ ସିଂ (୨୨) ଓ ଯୁଗରାଜ ସିଂ (୪୫) ଗୋଟିଏ ଲେଖାଏ ଗୋଲ କରିଥିଲେ। ଜବାବରେ ଉତ୍ତରପ୍ରଦେଶ ପକ୍ଷରୁ ଶର୍ଦା ନନ୍ଦ ତିଓ୍ବାରୀ(୪୧ ଓ ୪୩ତମ) ଦୁଇଟି ଓ ପବନ ରାଜଭର ଗୋଟିଏ ଗୋଲ କରିଥିଲେ।