Posted inଖେଳ

ଅଲିମ୍ପିକ୍ସ ପରେ ଅବସର ନେବେ ହକି ଗୋଲକିପର ଶ୍ରୀଜେସ

ନୂଆଦିଲ୍ଲୀ,୨୨ା୭: ଭାରତର ପୁରୁଖା ହକି ଗୋଲକିପର ପ୍ୟାରିସ ଅଲିମ୍ପିକ୍ସରେ ପରେ ଖେଳରୁ ଅବସର ନେବେ। ସେ ସୋମବାର ଏ ବିଷୟ ଘୋଷଣା କରିଛନ୍ତି। ଶ୍ରୀଜେସଙ୍କ ତାଙ୍କ ୧୮ ବର୍ଷର ଲମ୍ବା କ୍ୟାରିଅରରେ ଭାରତୀୟ ହକି ଦଳର ଅନେକ ଐତିହାସିକ ମୁହୂର୍ତ୍ତ ସହ ସେ ସଂଶ୍ଲିଷ୍ଟ।

୩୬ ବର୍ଷୀୟ ଏହି ଭେଟେରାନ ଖେଳାଳି ଇତି ମଧ୍ୟରେ ୩୨୮ ଅନ୍ତର୍ଜାତୀୟ ଗେମ୍ସ ଖେଳି ସାରିଛନ୍ତି। ତନ୍ମଧ୍ୟରେ ତାଙ୍କର ତିନୋଟି ଅଲିମ୍ପିକ ଗେମ୍ସ, ଏକାଧିକ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ବିଶ୍ୱକପ୍‌ ରହିଛି। ଜୁଲାଇ ୨୬ରୁ ପ୍ୟାରିସରେ ସେ ତାଙ୍କର ଚତୁର୍ଥ ଅଲିମ୍ପିକ୍ସ ଖେଳିବେ। ପ୍ୟାରିସରେ ସେ ତାଙ୍କ ଅନ୍ତିମ ଗେମ୍‌ ଖେଳିବା ଲାଗି ପ୍ରସ୍ତୁତି ଚଳାଇଛନ୍ତି। ସେ ଦେଶ ପାଇଁ ଗୌରବ ଆଣି ଫେରିବେ ବୋଲି ଦୃଢ଼ତାର ସହିତ ଆଶା ପ୍ରକାଶ କରି କହିଛନ୍ତି।

ସେ କହିଛନ୍ତି, ୨୦୨୦ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଏପର୍ଯ୍ୟନ୍ତ ସୁଦ୍ଧା ତାଙ୍କର ସବୁଠାରୁ ବଡ଼ ସ୍ମରଣୀୟ ମୁହୂର୍ତ୍ତ ରହିଛି। ୨୦୦୬ ସାଉଥ ଏସିଆନ ଗେମ୍ସରେ ତାଙ୍କ ପଦର୍ପଣ ପରଠାରୁ ଶ୍ରୀଜେସ ୨୦୧୪ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ଏବଂ ୨୦୧୮ ଜାକର୍ତ୍ତା-ପାଲେମବାଙ୍ଗ ଏସିଆଡ୍‌ରେ ବ୍ରୋଞ୍ଜ ପଦକ ମ୍ୟାଚରେ ଭାରତର ସ୍ମରଣୀୟ ବିଜୟରେ ତାଙ୍କର ଏକ ବଡ଼ ଭୂମିକା ରହିଛି।

ସେ ଆହୁରି ମଧ୍ୟ ୨୦୧୮ରେ ଏସିଆନ ଚାମ୍ପିୟନ୍ସ ଟ୍ରଫି ବିଜୟୀ ଦଳ ଏବଂ ଭୁବନେଶ୍ୱରରେ ୨୦୧୯ ଏଫ୍‌ଆଇଏଚ୍‌ ପୁରୁଷ ସିରିଜ ଫାଇନାଲ୍ସ ଚାମ୍ପିୟନ ଦଳର ଅନ୍ୟତମ ସଦସ୍ୟ ଥିଲେ। ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ବିଜୟରେ ଏହି ପ୍ରବୀଣ ଗୋଲିକରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଏହି ପରିପ୍ରେକ୍ଷୀରେ ଭାରତର ଅଧିନାୟକ ହରମନପ୍ରୀତ ସିଂ କହିଛନ୍ତି, ଟୋକିଓ ଅଲିମ୍ପିକ୍ସରେ ଭାରତର ଐତିହାସିକ ବ୍ରୋଞ୍ଜ ପଦକ ହାସଲ ପଛରେ ଶ୍ରୀଜେସ ଅନ୍ୟତମ ମୁଖ୍ୟ ସ୍ଥପତି ଥିଲେ। ପ୍ୟାରିସ ଅଲିମ୍ପିକ୍ସରେ ଆଉ ଏକ ପଦକ ଜିତି ଶ୍ରୀଜେସଙ୍କ ଅନ୍ତିମ ଟୁର୍ନାମେଣ୍ଟକୁ ଆମେ ସ୍ମରଣୀୟ କରିବାକୁ ଆମେ ଚେଷ୍ଟା କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri