Categories: ଖେଳ

ଆର୍ଥିକ ସହାୟତା ଘୋଷଣା କଲା ହକି ଇଣ୍ଡିଆ

ନୂଆଦିଲ୍ଲୀ,୨ା୭: ହକିର ବିକାଶ ପାଇଁ ସମସ୍ତ ରାଜ୍ୟ ଫେଡେରେଶନ୍‌ ଓ ଜିଲା ପାଇଁ ହକି ଇଣ୍ଡିଆ ଆର୍ଥିକ ସହାୟତା ବୃଦ୍ଧି ଘୋଷଣା କରିଛି । ରାଜ୍ୟ ଏବଂ ଜିଲାସ୍ତରରେ ଆୟୋଜିତ ହେଉଥିବା ଟୁର୍ନାମେଣ୍ଟର ଅଧିକ ଉନ୍ନତ ପାଇଁ ଏହି ସହାୟତା ଯୋଗାଇ ଦିଆଯିବ।

ପୂର୍ବରୁ ପ୍ରତ୍ୟେକ ଟୁର୍ନାମେଣ୍ଟକୁ ସଫଳତାର ସହ ଆୟୋଜନ କରିବା ପାଇଁ ହକି ଇଣ୍ଡିଆ ପକ୍ଷରୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସମ୍ପୃକ୍ତ ବୋର୍ଡକୁ ପ୍ରଦାନ କରାଯାଉଥିଲା। ବର୍ତ୍ତମାନ ଏହି ରାଶିକୁ ବୃଦ୍ଧି କରିବାକୁ ହକି ଇଣ୍ଡିଆ ନିଷ୍ପତ୍ତି ନେଇଛି। ପ୍ରାରମ୍ଭିକ ଭାବରେ ୧ ଲକ୍ଷ ଟଙ୍କାର ଅର୍ଥରାଶି ବଢାଇବାକୁ ଯୋଜନା କରାଯାଇଛି। ବର୍ଦ୍ଧିତ ଅର୍ଥରାଶିକୁ ଇନ୍‌ସେଣ୍ଟିଭ ଜରିଆରେ ସମ୍ପୃକ୍ତ ରାଜ୍ୟ କିମ୍ବା ଜିଲା ୟୁନିଟକୁ ପ୍ରଦାନ କରାଯିବ।
ଏହା ସହିତ କୌଣସି ରାଜ୍ୟସ୍ତରୀୟ ଟୁର୍ନାମେଣ୍ଟର ସଫଳ ଆୟୋଜନ ପରେ ସମ୍ପୃକ୍ତ ରାଜ୍ୟ ୟୁନିଟକୁ ୧୦ ଲକ୍ଷ ଟଙ୍କାର ଆର୍ଥତ୍କ ସହାୟତା ମିଳିବ। ଚଳିତ ୨୦୨୩ରୁ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି।

Share