Posted inଖେଳ

ପ୍ୟାରିସ ୨୦୨୪ ଅଲମ୍ପିକ୍ସ ପାଇଁ ଘୋଷଣା ହେଲା ଭାରତୀୟ ହକି ପୁରୁଷ ଦଳ, ଓଡ଼ିଶାରୁ ଅମିତ ରୋହିଦାସଙ୍କୁ ସୁଯୋଗ

ବେଙ୍ଗାଲୁରୁ, ୨୬।୦୬: ପ୍ୟାରିସ ଅଲମ୍ପିକ୍ସ ପାଇଁ ଘୋଷଣା ହୋଇଛି ଭାରତୀୟ ହକି ପୁରୁଷ ଦଳ। ୧୬ ଜଣିଆ ଦଳ ଘୋଷଣା ହୋଇଥିଲା ବେଳେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଅମିତ ରୋହିଦାସଙ୍କୁ ସୁଯୋଗ ମିଳିଛି। ବେଙ୍ଗାଲୁରୁ କ୍ୟାମ୍ପରେ ଦୀର୍ଘ ଦିନର ପ୍ରସ୍ତୁତି ପରେ ଦଳରେ ୫ ନବାଗତଙ୍କ ସହିତ ଅଭିଜ୍ଞ ଖେଳାଳିଙ୍କୁ ନେଇ ଏକ ଶକ୍ତିଶାଳୀ ଟିମ୍ ଘୋଷଣା କରାଯାଇଛି।

ଡ୍ରାଗ-ଫ୍ଲିକର ତଥା ଡିଫେଣ୍ଡର ହର୍ମନପ୍ରୀତ ଦଳର ନେତୃତ୍ୱ ନେଉଥିଲା ବେଳେ ମାଧ୍ୟ୍ୟକ୍ରମର ଖେଳାଳି ହାର୍ଦିକ ସିଂହ ଉପ-ଅଧିନାୟକ ଦାୟିତ୍ୱ ମିଳିଛି।

ଦଳରେ ଭେଟେରାନ ଗୋଲକିପର ପି.ଆର ଶ୍ରୀଜେଶ ଏବଂ ମିଡଫିଲ୍ଡର ମନପ୍ରୀତ ସିଂ ମଧ୍ୟ ରହିଛନ୍ତି, ଉଭୟେ ଚତୁର୍ଥ ଥର ପାଇଁ ଅଲିମ୍ପିକ୍ ଖେଳିବେ। ପ୍ରତିରକ୍ଷାରେ ହରମାନପ୍ରୀତ ସିଂ, ଜରମନପ୍ରୀତ ସିଂ, ଅମିତ ରୋହିଦାସ, ସୁମିତ ଏବଂ ସଞ୍ଜୟ ଥିବାବେଳେ ମିଡଫିଲ୍ଡରେ ରାଜ କୁମାର ପାଲ, ଶ୍ୟାମଶର ସିଂ, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ ଏବଂ ବିବେକ ସାଗର ପ୍ରସାଦଙ୍କ ଅବଦାନ ଦେଖିବାକୁ ମିଳିବ। ସେହିପରି ଫରୱାର୍ଡ ଲାଇନରେ ଅଭିଷେକ, ସୁଖଜିତ ସିଂ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ ଏବଂ ଗୁରୁଜନ୍ତ ସିଂଙ୍କ ଭଳି ଖେଳାଳି ରହିଛନ୍ତି।

ଏଥିସହ ଗୋଲକିପର କୃଷ୍ଣ ବାହାଦୂର ପଠକ, ମିଡଫିଲ୍ଡର ନୀଲାକାନ୍ତ ଶର୍ମା ଏବଂ ଡିଫେଣ୍ଡର ଜୁରାଜ ସିଂଙ୍କୁ ବିକଳ୍ପ ଭାବେ ଦଳରେ ସାମିଲ କରାଯାଇଛି।

ନବାଗତ ଭାବେ ଜରମନପ୍ରୀତ ସିଂ, ସଞ୍ଜୟ, ରାଜ କୁମାର ପାଲ, ଅଭିଷେକ ଏବଂ ସୁଖଜିତ ସିଂ ଅଲିମ୍ପିକ୍ ଡେବ୍ୟୁ କରିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କାନପୁର ଟେଷ୍ଟରେ ଏମିତି କିଛି କହିଦେଲେ ରିଷଭ ପନ୍ତ…ସବୁଠୁ ହେଉଛି ଚର୍ଚ୍ଚା

କାନପୁର,୨୮।୯: ଭାରତ ବନାମ ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଷ୍ଟମ୍ପ ପଛରେ ଛିଡା ହୋଇ ରିଷଭ ପନ୍ତ ଏମିତି କିଛି କହିଛନ୍ତି, ଯାହା...

କ୍ରିକେଟ ପ୍ରେମୀଙ୍କ ପାଇଁ ଖରାପ ଖବର: ବର୍ଷା ପାଇଁ ଦ୍ୱିତୀୟ ଦିନର ଖେଳ…

କାନପୁର,୨୮।୯: କାନପୁରର ଗ୍ରୀନ ପାର୍କରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ ମଧ୍ୟ ଖରାପ ପାଗ ଦ୍ୱାରା ପ୍ରଭାବିତ...

ରୋହିତ ଶର୍ମାଙ୍କ ଗୋଟିଏ ନିଷ୍ପତ୍ତିରେ ବଦଳିଗଲା ୬୦ ବର୍ଷର ଇତିହାସ

କାନପୁର,୨୮।୯: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ସେପ୍ଟେମ୍ବର ୨୭ରେ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଆରମ୍ଭ ହୋଇଛି। ବର୍ଷା ହେତୁ ପ୍ରଥମ...

ବର୍ଷା ସାଜିଲା ଭିଲିଆନ୍‌: ଅଧାରେ ଅଟକିଲା ଖେଳ

କାନପୁର,୨୭।୯: କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳାଯାଉଛି। ଏହି ମ୍ୟାଚ୍‌ରେ ବର୍ଷା ଭିଲିଆନ୍‌ ସାଜିଛି। ଭାରତ ପ୍ରଥମେ...

କୋହଲିଙ୍କ ପାଇଁ ପାଗଳ ୧୫ ବର୍ଷୀୟ ବାଳକ: ୫୮ କିମି ସାଇକେଲ୍‌ ଯାତ୍ରା କରି ପହଞ୍ଚିଲେ କାନପୁର

କାନପୁର,୨୭।୯: ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। କାନପୁରର ଗ୍ରୀନ ପାର୍କ କ୍ରିକେଟ ଷ୍ଟାଡିୟମରେ ଏହି...

ସନ୍ୟାସ ନେବାର ୧୦ ଘଣ୍ଟା ପରେ ଫେରିଲେ ଏହି ଅଲରାଉଣ୍ଡର, ଆଇପିଏଲ ୨୦୨୫ ପାଇଁ…

ନୂଆଦିଲ୍ଲୀ,୨୭।୯: ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ ଅଲରାଉଣ୍ଡର ଡୱେନ ବ୍ରାଭୋ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାଭୋ ନିଜେ ୨୦୨୧ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ବର୍ତ୍ତମାନ...

କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ:ଜାଣନ୍ତୁ କେତେବେଳେ,କେଉଁଠି ଦେଖିପାରିବେ ମ୍ୟାଚ୍‌

କାନପୁର, ୨୭ା୯ (ପି.ଟି.):ଭ୍ରମଣକାରୀ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ଏଠାରେ ଶୁକ୍ରବାରଠାରୁ ଆରମ୍ଭ ହେବ। ସିରିଜ କ୍ଲିନ୍‌ ସୁଇପ୍‌ କରିବାକୁ ହେଲେ...

କାହିଁକି ହଠାତ୍‌ ଶେଷ ହେଲା ଏହି କ୍ରିକେଟରଙ୍କ କ୍ୟାରିୟର

ନୂଆଦିଲ୍ଲୀ,୨୭।୯: ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ତଥା ଭେଟେରାନ ଖେଳାଳି ଡୱେନ ବ୍ରାଭୋ ସମସ୍ତ ପ୍ରକାର କ୍ରିକେଟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଆଘାତ ଯୋଗୁଁ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri