Posted inଖେଳ

ହକି ଇଣ୍ଡିଆ ହାଇ ପରଫର୍ମାନ୍ସ ଡାଇରେକ୍ଟରଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୧।୮(ପି.ଟି.): ହକି ଇଣ୍ଡିଆ (ଏଚ୍‌ଆଇ) ହାଇ ପରଫର୍ମାନ୍ସ ଡାଇରେକ୍ଟର ଡେଭିଡ୍‌ ଜନ୍‌ ତାଙ୍କ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ବ୍ୟକ୍ତିଗତ ଓ ସ୍ବାସ୍ଥ୍ୟଗତ କାରଣରୁ ସେ ପଦ ଛାଡିଛନ୍ତି ଓ ସେ ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତ୍ତନ କରିବାକୁ ମନସ୍ଥ କରିଛନ୍ତି ବୋଲି କୁହାଯାଇଛି। କ୍ରୀଡ଼ା ମନ୍ତ୍ରଣାଳୟ ଓ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ତାଙ୍କ ଚୁକ୍ତିର ନବିକରଣ କରିଥିଲା। ୨୦୨୧ ସେପ୍ଟେମ୍ବର ପର୍ଯ୍ୟନ୍ତ ତାଙ୍କ ଚୁକ୍ତି ବଳବତ୍ତର ରହିଥାନ୍ତା। ତେବେ ଏହା ସତ୍ତ୍ୱେ ସେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରିଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ହକି ଇଣ୍ଡିଆ ଓ ସାଇକୁ ପଠାଇ ଦେଇଛନ୍ତି। ଅବଶ୍ୟ ହକି ଇଣ୍ଡିଆ ମିଡିଆ ବିଭାଗ ଏ ନେଇ କିଛି କହିବାକୁ ମନା କରିଦେଇଛି। ତେବେ ଫେଡେରେଶନ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛି ବୋଲି କୁହାଯାଇଛି।
ଫେଡେରେଶନ ମଧ୍ୟରେ ଜନ୍‌ ନିଜକୁ ଏକୁଟିଆ ତଥା ଅବହେଳିତ ମନେ କରୁଥିଲେ। ପତ୍ୟେକ ଟୁର୍ନାମେଣ୍ଟ ପୂର୍ବରୁ ନଷ୍ପତ୍ତି ନେବା ପ୍ରକ୍ରିୟାରେ ଗଠନ କରଯାଉଥିବା ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ତାଙ୍କୁ ସାମିଲ କରାଯାଉ ନ ଥିଲା ବୋଲି ବିଶ୍ୱସ୍ତ ସୁତ୍ରରୁ ଜଣାଯାଇଛି। ଜନ୍‌ଙ୍କୁ ବାଦ୍‌ ଦେଲେ ସମସ୍ତେ ଏହି ଗ୍ରୁପ୍‌ରେ ସାମିଲ ହେଉଥିଲେ। ତେବେ ସେ ହାଇ ପରଫର୍ମାନ୍ସ ଡାଇରେକ୍ଟର ହିସାବରେ ସାଇ କାର୍ଯ୍ୟାଳୟରେ ଆୟୋଜିତ ହେଉଥିବା ବୈଠକରେ ଉପସ୍ଥିତ ରହୁଥିଲେ। କୋଭିଡ୍‌-୧୯ ମହାମାରୀ କାରଣରୁ ହକି ଖେଳିଯିବା ବନ୍ଦ ହୋଇଯିବା କାରଣରୁ ବୋଧ ହୁଏ ସେ ଏହି ନିଷ୍ପତ୍ତି ନେଇଛନ୍ତି। ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ଭାରତୀୟ ପୁରୁଷ ଦଳ କୌଣସି ହକି ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ନାହିଁ। ଏହି ସମୟରେ ଏସିଆନ ଚାମ୍ପିୟନ୍ସ ଟ୍ରଫିର କାର୍ଯ୍ୟସୂଚୀ ପୁନଃନିର୍ଦ୍ଧାରିତ କରାଯିବ। ୨୦୧୬ ଅନ୍ତିମ ଭାବେ ଜନ୍‌ ହାଇ ପରଫର୍ମାନ୍ସ ଡାଇରେକ୍ଟର ଭାବେ ନିଯୁକ୍ତ ପାଇଥିଲେ। ତେବେ ଏହା ପୂର୍ବରୁ ସେ ଭାରତୀୟ ପୁରୁଷ ଦଳର ଫିଜିଓ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ। ଏହି ସମୟରେ ମାଇକେଲ ନୋବ୍ସ ୨୦୧୧ରେ ପୁରୁଷ ଦଳର ମୁଖ୍ୟ କୋଚ୍‌ ମଧ୍ୟ ନିଯୁକ୍ତ ହୋଇଥିଲେ। ତେବେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ପରେ ଜନ୍‌ ଇସ୍ତଫା ଦେଇଥିଲେ। ଏହାପରେ ସେ ପୁଣି ୨୦୧୬ରେ ହାଇ ପରଫର୍ମାନ୍ସ ଡାଇରେକ୍ଟର ଭାବେ ନିଯୁକ୍ତ ପାଇଥିଲେ। ୧୨ ହଜାର ଆମେରିକୀୟ ଡଲାର ପାଉଣାରେ ନିଯୁକ୍ତି ପାଇଥିବା ଜନ୍‌ ଭୁବନେଶ୍ୱରରେ ଅନୁଷ୍ଠିତ ୨୦୧୮ ପୁରୁଷ ହକି ବିଶ୍ୱକପ୍‌ ପୂର୍ବରୁ ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂଙ୍କୁ ସ୍ଲୋ ବା ମନ୍ଥର କହି ଚର୍ଚ୍ଚା ସୃଷ୍ଟି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କକୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ, କ୍ୟାଶିୟର ଭାବେ କାମ କରୁଥିବା ଚପରାସୀଙ୍କୁ ମିଳିବ ଅଧିକ ଦରମା

ଭୁବନେଶ୍ୱର,୧୭।୫: ଓଡ଼ିଶା ହାଇକୋର୍ଟ ପୁରୀ-ନିମାପଡ଼ା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଲିମିଟେଡକୁ ଜଣେ ୫୪ ବର୍ଷୀୟ ମହିଳାଙ୍କୁ ଉଚ୍ଚ ଦରମା ସୁବିଧା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।...

Naveen Patnaik: ନାମାଙ୍କର ଭରିଲେ ନବୀନ, ପାଖରେ ଥିଲେ ବବି

ଭୁବନେଶ୍ୱେର,୧୭।୪: ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଶଙ୍ଖ ଭବନକୁ ଆସି ନବୀନ ପଟ୍ଟନାୟକ ନାମାଙ୍କନ ଭରିଛନ୍ତି। ନିର୍ବାଚନ...

“ଟଙ୍କା ନଷ୍ଟ କରିବାକୁ ଚାହୁଁନାହିଁ”: କ୍ୟାନସରେ ପୀଡିତ ବ୍ୟକ୍ତି ସ୍ତ୍ରୀ’ଙ୍କୁ ହତ୍ୟା କରି ନିଜେ କଲେ ଆତ୍ମହତ୍ୟା

ଗାଜିଆବାଦ, ୧୭ା୪: ଦିଲ୍ଲୀ ନିକଟସ୍ଥ ଗାଜିଆବାଦରେ ଜଣେ ରିଅଲ୍ ଇଷ୍ଟେଟ୍ ଡିଲର ବୁଧବାର ତାଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ରାଜ୍ୟ ଟ୍ରାଫିକ ଓ ସଡକ ସୁରକ୍ଷା ବିଭାଗରେ ୨ ହଜାର ନୂତନ ପଦବୀ ସୃଷ୍ଟି

ଭୁବନେଶ୍ୱର,୧୭।୫: ରାଜ୍ୟରେ ଟ୍ରାଫିକ ଏବଂ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ସୃଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ଟ୍ରାଫିକ ଶାଖାରେ ୨...

ପିସିସିଏଫ୍‌ଙ୍କ ଉପସ୍ଥିତିରେ ସାତକୋଶିଆ ଗଣ୍ଡରେ ଛଡ଼ାଗଲା ୭ ଘଡ଼ିଆଳ କୁମ୍ଭୀର

ଅନୁଗୋଳ ଅଫିସ,୧୭।୪(ମାନସ ବିଶ୍ୱାଳ)- ଅନୁଗୋଳ ଜିଲା ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡର ସୁନାଖଣିଆ ଘାଟଠାରେ ନନ୍ଦନକାନନରୁ ଅଣାଯାଇଥିବା ୫ ଘଡ଼ିଆଳ ଓ ସାତକୋଶିଆ ଟିକରପଡ଼ା ଚିଡ଼ିଆଖାନାରୁ ଆସିଥିବା...

ପୈତୃକ ଗ୍ରାମରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ନୂଆଗାଁ ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପୈତୃକ ଗ୍ରାମ। ତେଣୁ ଗୁରୁବାର ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ...

Love Marriage: କୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ମାତାପିତାଙ୍କ ଇଚ୍ଛା ବିରୋଧରେ ବିବାହ କଲେ ମିଳିବନି ପୋଲିସ ସୁରକ୍ଷା

ନୂଆଦିଲ୍ଲୀ,୧୭।୪: ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ ଯେଉଁ ପ୍ରେମୀଯୁଗଳମାନେ ନିଜ ଇଚ୍ଛାରେ ମାତାପିତାଙ୍କ ଅନୁମତି ବିନା ବିବାହ କରନ୍ତି, ସେମାନଙ୍କୁ ଆଉ...

ତଳକାଁପଡ଼ା ଗ୍ରାମରେ ରାଜନୈତିକ ଶତ୍ରୁତାରୁ ବୋମାମାଡ଼; ୯ ଗୁରୁତର, ଲାଗି ରହିଛି ଉତ୍ତେଜନା

ତିହିଡି଼,୧୭।୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡି଼ ଥାନା କାଁପଡ଼ା ପଞ୍ଚାୟତ ଅଧୀନ ତଳକାଁପଡ଼ା ଗ୍ରାମରେ ବୁଧବାର ରାତି ୧୦ଟା ସମୟରେ ବୋମାମାଡ଼ ହୋଇଛି । ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image