Posted inଖେଳ

ହକି ଇଣ୍ଡିଆ ଲିଗ୍‌ ନିଲାମୀରେ ହରମନପ୍ରୀତ ସବୁଠୁ ଦାମୀ ଖେଳାଳି

ମୁମ୍ବାଇ,୧୩।୧୦: ଦୀର୍ଘ ୭ ବର୍ଷର ବ୍ରେକ୍‌ ପରେ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍‌। ରବିବାର ଏଥିପାଇଁ ନିଲାମୀ ହୋଇଥିବା ବେଳେ ଭାରତୀୟ ଦଳର ଅଧିନାୟକ ଅଛନ୍ତି ହରମନପ୍ରୀତ ସିଂ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଖେଳାଳି ହୋଇଛନ୍ତି। ସୁରମା ହକି କ୍ଲବ (ପଞ୍ଜାବ ଫ୍ରାଞ୍ଚାଇଜି) ତାଙ୍କୁ ୭୮ ଲକ୍ଷ ଟଙ୍କାରେ କିଣିଛି।

ସେହିଭଳି ଭାରତୀୟ ଫରୱାର୍ଡ ଅଭିଷେକନକୁଦିତ୍ୱୀୟ ମହଙ୍ଗା ଖେଳାଳିଭାବେ ଶ୍ରାଚି ରଡ଼ ବେଙ୍ଗଲ ଟାଇଗର ୭୨ ଲକ୍ଷ ଟଙ୍କାରେ କିଣିଛି। ଉପଅଧିନାୟକ ହାର୍ଦ୍ଦିକ ସିଂଙ୍କୁ ୭୦ ଲକ୍ଷରେ କିଣିଛି ୟୁପି ରୁଦ୍ରସ୍‌। ୩୮ ଲକ୍ଷରେ ମିଡ୍‌ଫିଲ୍ଡର ସଞ୍ଜୟଙ୍କୁ କଳିଙ୍ଗ ଲାନସର୍ସ କିଣିଛି। ଓଡ଼ିଶାର ଅମିତ ରୋହିଦାସଙ୍କୁ ୪୮ ଲକ୍ଷ ଟଙ୍କାରେ ତାମିଲନାଡୁ ଡ୍ରାଗନ କିଣିଛି।

ସୂଚନା ଅନୁସାରେ ଏହି ନିଲାମୀ ପ୍ରକ୍ରିୟାରେ ୪୦୦ରୁ ଊର୍ଦ୍ଧ୍ୱ ପୁରୁଷ ଘରୋଇ ଏବଂ ୧୫୦ରୁ ଊର୍ଦ୍ଧ୍ୱ ବିଦେଶୀ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ସେହିପରି ୨୫୦ରୁ ଊର୍ଦ୍ଧ୍ୱ ମହିଳା ଘରୋଇ ଓ ୭୦ରୁ ଊର୍ଦ୍ଧ୍ୱ ବିଦେଶୀ ଖେଳାଳିଙ୍କୁ ନେଇ ନିଲାମ ପ୍ରକ୍ରିୟା ହେବ। ନାମ ପଞ୍ଜୀକୃତ କରିଥିବା ଖେଳାଳିଙ୍କୁ ୩ ବର୍ଗରେ ବିଭକ୍ତ କରାଯାଇ ୨ ଲକ୍ଷ, ୫ ଲକ୍ଷ ଓ ୧୦ ଲକ୍ଷ ଟଙ୍କାର ବେସ୍‌ ପ୍ରାଇସ ରଖାଯାଇଛି। ୬୦୦ରୁ ଊର୍ଦ୍ଧ୍ୱ ଖେଳାଳିଙ୍କ ବେସ୍‌ ପ୍ରାଇସ୍‌ ୬ ଲକ୍ଷ ରହିବ।

ସେହିପରି ୨୫୦ରୁ ଊର୍ଦ୍ଧ୍ୱ ଖେଳାଳିଙ୍କ ବେସ୍‌ ପ୍ରାଇସ ୫ ଲକ୍ଷ ଓ ଅନ୍ୟ ୨୫୦ରୁ ଊର୍ଦ୍ଧ୍ୱ ଖେଳାଳିଙ୍କ ବେସ୍‌ ପ୍ରାଇସ୍‌ ୧୦ ଲକ୍ଷ ରହିବ। ୧୩ ଓ ୧୪ ତାରିଖରେ ପୁରୁଷ ଖେଳାଳି ନିଲାମ ପ୍ରକ୍ରିୟା ହେଉଥିବା ବେଳେ ପ୍ରଥମଥର ପାଇଁ ହେବାକୁ ଯାଉଥିବା ମହିଳା ହକି ଲିଗ୍‌ ପାଇଁ ଖେଳାଳି ନିଲାମ ୧୫ ତାରିଖରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ପୂର୍ବରୁ ନୂଆ ବୋଲିଂ କୋଚ ନିଯୁକ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ: ଜାଣନ୍ତୁ କିଏ ହେଲେ…

ମୁମ୍ବାଇ,୧୬।୧୦: ଆଇପିଏଲ ୨୦୨୫ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ମୁମ୍ବାଇ ଦଳ ପାଇଁ ଏକ ନୂଆ ବୋଲିଂ କୋଚ ନିଯୁକ୍ତ...

ବୁମ୍‌ରାଙ୍କୁ ଉପଅଧିନାୟକ କରିବା ପଛର ରହସ୍ୟ ଖୋଲିଲେ ରୋହିତ ଶର୍ମା: ,ସବୁ ପଛରେ…

ବେଙ୍ଗାଲୁରୁ,୧୬।୧୦: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଆଜିଠୁ ଆରମ୍ଭ ହେଉଛ। ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯିବ, ଏହା ପୂର୍ବରୁ ଭାରତୀୟ ଅଧିନାୟକ...

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ବେଙ୍ଗାଲୁରୁ, ୧୬।୧୦ (ପି.ଟି.):ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚଳିତ ସିରିଜର ପ୍ରଥମ କ୍ରିକେଟ ଟେଷ୍ଟ ବୁଧବାର ଏଠାରେ ଆରମ୍ଭ ହେବ। ସିରିଜରେ ୩ଟି ଟେଷ୍ଟ ଖେଳାଯିବାକୁ...

‘ପରିବର୍ତନ କରିବାର ସମୟ ଆସିଛି’: ହର୍ମନପ୍ରୀତଙ୍କୁ ବିଦା କରିବାକୁ ଦାବି କଲେ ମିଥାଲି ରାଜ

ନୂଆଦିଲ୍ଲୀ,୧୫।୧୦: ଭାରତୀୟ ଦଳର କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମିତାଲି ରାଜ ନେତୃତ୍ୱରେ ପରିବର୍ତ୍ତନ ଆଣିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଁଛନ୍ତି ଯେ, ‘ହରମାନପ୍ରୀତ କୌରଙ୍କୁ...

ଏଚ୍‌ଆଇଏଲ୍‌ ମହିଳା ଖେଳାଳି ନିଲାମ: ଉଦିତା ସବୁଠାରୁ ଦାମି

ନୂଆଦିଲ୍ଲୀ, ୧୫ା୧୦: ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌) ମହିଳା ଖେଳାଳି ନିଲାମ ମଙ୍ଗଳବାର ସଫଳତାର ସହିତ ସମ୍ପନ୍ନ ହୋଇଛି। ଭାରତୀୟ ଡିଫେଣ୍ଡର ଉଦିତା ଦୁହାନ ସବୁଠାରୁ...

ଷ୍ଟାର୍‌ ଫୁଟ୍‌ବଲ୍‌ କିଲିଆନ୍‌ ଏମ୍‌ବାପ୍ପେଙ୍କ ନାଁରେ ବଳାତ୍କାର ଅଭିଯୋଗ

ନୂଆଦିଲ୍ଲୀ,୧୫।୧୦: ସ୍ଵିଡେନ ଷ୍ଟକହୋମର ବିଳାସପୂର୍ଣ୍ଣ ବ୍ୟାଙ୍କ ହୋଟେଲରେ ବଳାତ୍କାର ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ତଦନ୍ତ ବେଳେ ଏକ କଳା ଟ୍ରାଉଜର, ଏକ ଟପ୍,...

ଧରାପଡ଼ିଲା ମହମ୍ମଦ ଶାମିଙ୍କ ମିଛ: ପୋଲ୍‌ ଖୋଲିଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୫।୧୦:ନିକଟରେ ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମି ପୁଣି ଆହତ ହୋଇଥିବା ଜଣାପଡ଼ିଛି। କିନ୍ତୁ ସାମି ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଥିଲେ। ଏବେ...

ଲାଇଭ୍‌ ମ୍ୟାଚ୍‌ ସମୟରେ ପଡ଼ିଆରେ ଭୋ ଭୋ ହୋଇ କାନ୍ଦିଲେ ଅଧିନାୟକ: ଜାଣନ୍ତୁ କାହିଁକି

ଦୁବାଇ,୧୫।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ପାକିସ୍ତାନ ଅଧିନାୟକ ଫାତିମା ସନା କାନ୍ଦୁଥିବା ଦେଖିବାକୁ ମିଳିଥିଲା। ସେ ନ୍ୟୁଜିଲାଣ୍ଡ ବିପକ୍ଷି ମ୍ୟାଚ ପୂର୍ବରୁ ସେ ତାଙ୍କ ପିତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri