Categories: ଖେଳ

ହକି ଇଣ୍ଡିଆ ସଭାପତିଙ୍କ ବଡ଼ ଘୋଷଣା, ରାଉରକେଲାରେ…

ଭୁବନେଶ଼୍ବର, ୧୨।୦୭: ଚଳିତ ବର୍ଷ ଡିସେମ଼୍ବର ୨୭ ତାରିଖରୁ ହକି ଇଣ୍ଡିଆ ଲିଗ୍‌ ଆରମ୍ଭ ହେବ । ଏନେଇ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ ସୂଚନା ଦେଇଛନ୍ତି । ଏହି ଲିଗ୍‌ ଡିସେମ଼୍ବର ୨୭ରୁ ଆରମ୍ଭ ହୋଇ ୨୦୨୫ ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ଖୋଳାଯିବ । ଏଥିରେ ପୁରୁଷ ବିଭାଗରେ ୫ଟି ଦଳ ଭାଗନେବାକୁ ଯାଉଥିବା ବେଳେ ମହିଳା ବିଭାଗରେ ୬ଟି ଦଳ ଭାଗନେବେ । ଓଡ଼ିଶାର ରାଉରକେଲା ଷ୍ଟାଡିୟମ୍‌ ଏବଂ ଝାଡ଼ଖଣ୍ଡର ରାଞ୍ଚିରେ ଏହି ଲିଗ୍‌ର ସମସ୍ତ ମ୍ୟାଚ୍‌ ଖେଳାଯିବ । ଓଡ଼ିଶାର ଏକ ଟିମ୍‌ ମଧ୍ୟ ଏହି ଲିଗ୍‌ରେ ଭାଗ ନେବ ବୋଲି ସଭାପତି ଦିଲୀପ ତିର୍କୀ ସୂଚନା ଦେଇଛନ୍ତି ।

Share