Categories: ଖେଳ

ହକି ଇଣ୍ଡିଆ ୧୧,୦୦୦ ଷ୍ଟିକ୍‌, ୩,୩୦୦ ବଲ୍‌ ବାଣ୍ଟିବ

ନୂଆଦିଲ୍ଲୀ, ୩୦।୩: ଦେଶରେ ହକିର ଅଧିକ ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ହକି ଇଣ୍ଡିଆ ଏହାର ରାଜ୍ୟ ଯୁନିଟ ଏବଂ ନିର୍ଦ୍ଧିଷ୍ଟ କେତେକ ହକି ଏକାଡେମୀକୁ ୧୧,୦୦୦ ହକି ଷ୍ଟିକ୍‌, ୩,୩୦୦ ବଲ୍‌ ବାଣ୍ଟିବାକୁ ନିଷ୍ପତ୍ତି ନେଇଛି। ଏହା ବ୍ୟତୀତ ଖେଳ ସମୟରେ ସୁରକ୍ଷା ପାଇଁ ଆବଶ୍ୟକ ଅନ୍ୟ ସରଞ୍ଜାମ ମଧ୍ୟ ପ୍ରଦାନ କରାଯିବ ବୋଲି ବୁଧବାର ହକି ଇଣ୍ଡିଆ ପକ୍ଷରୁ ପ୍ରକାଶ କରାଯାଇଛି। ”ଦେଶର ସମସ୍ତ ପ୍ରତିଭା ସମ୍ପନ୍ନ ଖେଳାଳିମାନେ ଯେପରି କ୍ୟାରିୟର ଆରମ୍ଭରେ ଆବଶ୍ୟକ ହକି ସରଞ୍ଜାମ ପାଇପାରିବେ ତାହା ଆମର ମୁଖ୍ୟ ଲକ୍ଷ୍ୟ।

ଏହି କାର୍ଯ୍ୟ ଦେଶରେ ଥିବା ରାଜ୍ୟ ୟୁନିଟ ଓ କେତେକ ହକି ଏକାଡେମୀ ମାଧ୍ୟମରେ ସମ୍ପନ୍ନ କରାଯିବ। ଭାରତରେ ହକିର ବିକାଶ ଆମର ମୁଖ୍ୟ ଲକ୍ଷ୍ୟ“ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ପ୍ରକାଶ କରିଛନ୍ତି। ସମଗ୍ର ଦେଶରେ ଉଚ୍ଚ ମାନଯୁକ୍ତ ହକି ସରଞ୍ଜାମ ଯୋଗାଇଦେବା ଆମର ଲକ୍ଷ୍ୟ। ଏହାଦ୍ୱାରା ଯୁବ ହକି ଖେଳାଳିମାନେ ଉପକୃତ ହୋଇପାରିବେ ବୋଲି ହକି ଇଣ୍ଡିଆ ମହାସଚିବ ଭୋଳାନାଥ ସିଂ କହିଛନ୍ତି।

 

Share