Categories: ଜାତୀୟ

ଅମରିନ୍ଦରଙ୍କ ଦଳକୁ ମିଳିଲା ହକି ଷ୍ଟିକ୍‌ ଓ ବଲ୍‌ ଚିହ୍ନ

ନୂଆଦିଲ୍ଲୀ,୧୦।୧: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ନୂଆ ଦଳ ପଞ୍ଜାବ ଲୋକ କଂଗ୍ରେସକୁ ହକି ଷ୍ଟିକ୍‌ ଓ ବଲ୍‌ ନିର୍ବାଚନୀ ଚିହ୍ନ ମିଳିଛି। ହକି ଭାରତୀ ଜାତୀୟ କ୍ରୀଡ଼ା ହୋଇଥିବା ବେଳେ ପଞ୍ଜାବର ଗ୍ରାମଞ୍ଚଳରେ ଏହା ବେଶ୍‌ ଲୋକପ୍ରିୟ।

ସୂଚନାଯୋଗ୍ୟ, ପଞ୍ଜାବ ପ୍ରଦେଶ କଂଗ୍ରେସ ସଭାପତି ନବଜ୍ୟୋତ ସିଂ ସିଦ୍ଧୁଙ୍କ ସହ ବିବାଦ ଯୋଗୁ ଅମରିନ୍ଦ୍ର ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ସହ କଂଗ୍ରେସ ଦଳରୁ ଇସ୍ତଫା ଦେଇ ପଞ୍ଜାବ ଲୋକ କଂଗ୍ରେସ ଗଠନ କରିଛନ୍ତି। ଏହି ଦଳ ଆଗାମୀ ବିଧାନସଭା ନିର୍ବାଚନରେ ଭାଜପା ସହ ମେଣ୍ଟ କରିବାକୁ ଯାଉଛି।

Share