Posted inଖେଳ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିବ ହକି

ମେଲବୋର୍ନ,୨୨ା୧୦: ରାଜ୍ୟଗୋଷ୍ଠୀ କ୍ରୀଡାରୁ ହକି ଇଭେଣ୍ଟ ବାଦ ପଡିବାକୁ ଯାଉଛି। ୨୦୨୬ରେ ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭରୁ ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ବର୍ଦ୍ଧିତ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ଓହରି ଯାଇଥିବା ବେଳେ ବର୍ତ୍ତମାନ ଏହା ସ୍କଟଲାଣ୍ଡର ଗ୍ଲାସ୍‌ଗୋରେ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଖର୍ଚ୍ଚକାଟକୁ ଦୃଷ୍ଟିରେ ରଖି ଆସନ୍ତା ଗେମ୍‌ରୁ ହକିକୁ ବାଦ ଦେବା ପାଇଁ ସ୍କଟଲାଣ୍ଡ ନିଷ୍ପତ୍ତି ନେଇଛି। ତେବେ ଏ ସମ୍ପର୍କରେ ଅନ୍ତର୍ଜାତୀୟ ହକି ଫେଡେରେଶନ(ଏଫ୍‌ଆଇଏଚ୍‌) ଓ ରାଜ୍ୟଗୋଷ୍ଠୀ ଗେମ୍ସ ଫେଡେରେଶନ(ସିଜିଏଫ୍‌) ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

୧୯୯୮ରେ ହକି ପଦାର୍ପଣ କରିବା ପରଠାରୁ ଏହା ରାଜ୍ୟଗୋଷ୍ଠୀ କ୍ରୀଡାର ଏକ ପ୍ରମୁଖ ଅଂଶ ରହି ଆସିଛି। ଯଦିଓ ଏ ସମ୍ପର୍କରେ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ ତେବେ ଗ୍ଲାସ୍‌ଗୋର ଆୟୋଜକ ମାନେ ହକିକୁ ବାଦ୍‌ ଦେବାକୁ ଚାହୁଁଥିବା ଜଣାପଡିଛି। ଏଫ୍‌ଆଇଏଚ୍‌ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନ ଥିବା ବେଳେ ମଙ୍ଗଳବାର ଚୂଡାନ୍ତ କାର୍ଯ୍ୟସୂଚୀ ଆସିବାକୁ ଅପେକ୍ଷା ଥିବା କହିଛି।

ଆସନ୍ତା କିଛିଦିନ ମଧ୍ୟରେ କାର୍ଯ୍ୟସୂଚୀ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯିବ ତା’ପରେ ଏହା ଉପରେ ପ୍ରତିକ୍ରିୟା ଦେବା ଠିକ୍‌ ରହିବ ବୋଲି ଏଫ୍‌ଆଇଏଚ୍‌ କହିଛି। ସେହିପରି ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇଭେଣ୍ଟ ସଂଖ୍ୟା ୧୯ ରହିଥିବା ବେଳେ ଚଳିତବର୍ଷ ଏହାକୁ ୧୦କୁ ହ୍ରାସ କରାଯାଇଛି। ଜୁଲାଇ ୨୩ରୁ ଅଗଷ୍ଟ ୨ ମଧ୍ୟରେ ଏହା ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଇଭେଣ୍ଟର ୨ ସପ୍ତାହ ପରେ ବେଲଜିୟମ ଓ ନେଦରଲାଣ୍ଡ୍ସରେ ହକି ବିଶ୍ୱକପ ଆୟୋଜିତ ହେବାକୁ ଯାଉଛି। ତେଣୁ ଏହି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ହକିକୁ ସାମିଲ କରା ନ ଯିବାକୁ ଯୋଜନା କରାଯାଇଥିବା କୁହାଯାଇଛି। ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମାତ୍ର ୪ ଭେନ୍ୟୁ ରଖାଯାଇଛି। କମନଓ୍ବେଲ୍‌ଥ ଆରେନା, ସାର୍‌ କ୍ରିସ୍‌ ହୟ ଭେଲ୍‌ଡୋରମ, ସ୍କଟ୍‌ସଟାଉନ ଷ୍ଟାଡିୟମ ଓ ଟୋଲ୍‌କ୍ରସ ଇଣ୍ଟରନ୍ୟାଶନାଲ ସୁଇମିଙ୍ଗ ସେଣ୍ଟରରେ ଏହି ଇଭେଣ୍ଟଗୁଡିକ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ଏହି ୪ ଭେନ୍ୟୁ ମଧ୍ୟରେ କୌଣସି ବି ସ୍ଥାନରେ ହକି ଟର୍ଫ ନ ଥିବାରୁ ହକି ବାଦ୍‌ ପଡ଼ିବା ଆପାତତଃ ସ୍ପଷ୍ଟ ହୋଇ ସାରିଛି।

ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରୁ ହକି ବାଦ୍‌ ପଡିବା ଭାରତକୁ ଏକ ବଡ ଝଟକା। ଭାରତୀୟ ପୁରୁଷ ଦଳ ୩ ଥର ରୌପ୍ୟ ଓ ୨ ଥର ବ୍ରୋଞ୍ଜ ପଦକ ଜିତିଥିବା ବେଳେ ମହିଳା ଦଳ ସମୁଦାୟ ୩ ପଦକ ବିଜୟୀ ହୋଇଛି। ଏପରି କି ୨୦୦୦ ସଂସ୍କରଣରେ ମହିଳା ଦଳ ଏକ ସ୍ବର୍ଣ୍ଣ ପଦକ ଜିତିଥିଲା। ତେବେ ଅଷ୍ଟ୍ରେଲିଆ ସବୁଠାରୁ ଅଧିକ ପ୍ରଭାବିତ ହେବ। ପୁରୁଷ ବର୍ଗରେ ଏହା ରେକର୍ଡ ୭ ଥର ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ମହିଳା ବର୍ଗରେ ୪ ଥର ସ୍ବର୍ଣ୍ଣ ଜିତିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପନ୍ତଙ୍କୁ ନିଜର ‘ଗୁରୁ’ ମାନିଲେ ଶାମି, ଦେଲେ ବଡ଼ ବୟାନ 

ନୂଆଦିଲ୍ଲୀ,୨୨।୧୦: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମୀ ବର୍ତ୍ତମାନ ଆହତ ସମସ୍ୟାକୁ ନେଇ ଏନ୍‌ସିଏରେ ଅଛନ୍ତି। ଦିନିକିଆ ବିଶ୍ୱକପ୍‌ ୨୦୨୩ ପରେ ସେ ମଇଦାନକୁ...

ଓ୍ବାର୍ନରଙ୍କ ବଡ଼ ଘୋଷଣା, ଭାରତକୁ ହରାଇବା ଲାଗି ସନ୍ନ୍ୟାସରୁ ନେଇପାରନ୍ତି ୟୁ-ଟର୍ନ

ନୂଆଦିଲ୍ଲୀ,୨୨।୧୦: ପ୍ରାୟ ମାସକ ପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯିବ। ୧୦ ବର୍ଷ ଧରି ପରାଜିତ ହୋଇ...

ଭାରତକୁ ବଡ଼ ଝଟ୍‌କା: କମନୱେଲଥ ଗେମ୍ସରୁ ଏହି ୫ ଖେଳକୁ ଦିଆଗଲା ବାଦ୍‌

ଗ୍ଲାସ୍‌ଗୋ,୨୨ା୧୦: କମନୱେଲଥ ଗେମ୍ସରେ ଭାରତର ପଦକ ସମ୍ଭାବନାକୁ ଏକ ବଡ଼ ଝଟ୍‌କା ଲାଗିଛି। ଆୟୋଜକ ସହର ଗ୍ଲାସ୍‌ଗୋ ୨୦୨୬ ସଂସ୍କରଣରୁ କ୍ରିକେଟ, ହକି, ବ୍ୟାଡମିଣ୍ଟନ, ରେସଲିଂ...

ପୃଥ୍ବୀ ଶ’ଙ୍କୁ ବଡ଼ ଦଣ୍ଡ ଦେଲା ବିସିସିଆଇ, ଦଳରୁ ବିଦା: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୨।୧୦: ସମୟ ଥିଲା ମୁମ୍ବାଇର ଷ୍ଟାର ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କ ଠାରେ ସଚିନ ତେନ୍ଦୁଲକରଙ୍କ ଝଲକ ଦେଖିବାକୁ ମିଳିଥିଲା। ଶ’ ଖୁବ କମ ବୟସରେ ଅନ୍ତର୍ଜାତୀୟ...

ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଶକ୍ତ ଧକ୍କା

ନୂଆଦିଲ୍ଲୀ,୨୨।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ୨୪ ରୁ ୨୮ ଅକ୍ଟୋବରରେ ପୁଣେର ମହାରାଷ୍ଟ୍ର...

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୨।୧୦: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଅଷ୍ଟ୍ରେଲିଆ ଗସ୍ତ ପାଇଁ ୧୫ ଜଣିଆ ଇଣ୍ଡିଆ ଏ ଦଳ ଘୋଷଣା କରିଛି।...

ଭାରତ ଯୋଗୁ ବିଶ୍ୱବିଜେତା ହେଲା ନ୍ୟୁଜିଲାଣ୍ଡ ଟିମ୍‌: ଅଧିନାୟକ ନିଜେ କଲେ ଖୁଲସା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୧।୧୦: ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ୩୨ ରନରେ ପରାସ୍ତ କରି ପ୍ରଥମ ଥର ପାଇଁ ମହିଳା ଟି-୨୦ ବିଶ୍ୱକପ ଟାଇଟଲ ଜିତିଛି। ଏହି ବିଶ୍ୱକପ ପୂର୍ବରୁ...

ନ୍ୟୁଜିଲାଣ୍ଡଠାରୁ ହାରିବା ପରେ ସ୍ତ୍ରୀଙ୍କ ସହ କୀର୍ତ୍ତନ କଲେ ବିରାଟ କୋହଲି: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୧।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri